27.1 C
Bhubaneswar
Sunday, September 29, 2024
Homeଓଡିଶାମାଆକୁ ଡାହାଣୀ ସନ୍ଦେହ କରି ପୁଅକୁ ମରଣାନ୍ତକ ଆକ୍ରମଣ

ମାଆକୁ ଡାହାଣୀ ସନ୍ଦେହ କରି ପୁଅକୁ ମରଣାନ୍ତକ ଆକ୍ରମଣ

ମୟୂରଭଞ୍ଜ : ବଣପାହାଡ଼ ଘେରା ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ଆଜିବି ଅନ୍ଧ ବିଶ୍ୱାସରେ ଘାଣ୍ଟି ହେଉଛନ୍ତି ଲୋକମାନେ। ଅନେକ ସମୟରେ ଏହି ଅନ୍ଧ ବିଶ୍ୱାସର କବଳିତ ହୋଇ ମଣିଷରୁ ରାକ୍ଷସ ପାଲଟୁଥିବା ଦେଖିବାକୁ ମିଳୁଛି। ଏହାର ପ୍ରଭାବରେ ନିରୀହ ଲୋକମାନେ ମାରଣାନ୍ତକ ଆକ୍ରମଣର ଶିକାର ହେଉଛନ୍ତି ତ ପୁଣି କେତେବେଳେ ମୃତ୍ୟୁ ମୁଖରେ ପଡୁଛନ୍ତି। ଆଜି ସାମ୍ନାକୁ ଆସିଛି ସାନଭାଇ ବୋହୂକୁ ଡାହାଣୀ ସନ୍ଦେହ କରି ପୁତୁରାକୁ ମରଣାନ୍ତକ ଆକ୍ରମଣକରି ଲହୁଲୁହାଣ କଲା ବଡବାପା । ଭୁଲିଗଲେ ସମ୍ପର୍କ ସାଜିଲେ ନୃଶଂସ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ସାନଚାଟରା ଗ୍ରାମରେ । ସ୍ବର୍ଗତ ବନମାଳୀ ମହାନ୍ତିଙ୍କ ପୁଅ ଶ୍ରବଣ କୁମାର ମହାନ୍ତି ଘର ଭିତରେ କୌଣସି କାମ କରୁଥିବା ବେଳେ ବନମାଳୀଙ୍କ ସ୍ତ୍ରୀ ଘର ସମ୍ମୁଖରେ ଛିଡା ହୋଇଥିବା ଦେଖି ଦେଢଶୁର ବ୍ରଜ ଗୋପାଳ ମହାନ୍ତି ବନମାଳୀଙ୍କ ସ୍ତ୍ରୀଙ୍କୁ ଡାହାଣୀ କହି ଗାଳିଗୁଲଜ କରି ମାଡ଼ପିଟ କରୁଥିଲେ। ବଡବାପା ମାଡ଼ ମାରୁଥିବା ଦେଖି ପୁଅ ଶ୍ରବଣ ମାଆଙ୍କୁ ଛଡେଇ ବାକୁ ଆସିଥିବା ବେଳେ ଧାରୁଆ ଅସ୍ତ୍ର ସାହାଯ୍ୟରେ ଶ୍ରବଣର ମୁଣ୍ଡକୁ ବ୍ରଜଗୋପାଳ ଶକ୍ତ ଆଘାତ କରିଥିଲେ । ଆଘାତ ଯୋଗୁଁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶ୍ରବଣ ତଳେ ପଡି ଛଟପଟ ହେଉଥିବା ବେଳେ ମୋ ପୁଅକୁ ବଞ୍ଚାଇ ଦିଅ ବୋଲି ସାହାଯ୍ୟ ପାଇଁ ପାଟି କରି ଥିଲେ ଶ୍ରବଣର ମାଆ। ମହିଳାଙ୍କ ବିକଳ କାନ୍ଦ ଶୁଣି ଗାଁ ଲୋକେ ଦୌଡ଼ି ଆସିବାରୁ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ଆକ୍ରମଣକାରୀ ବ୍ରଜ ଗୋପାଳ । ତେବେ ଗାଁ ଲୋକେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଶ୍ରବଣଙ୍କୁ ଉଦ୍ଧାର କରି ପ୍ରଥମେ ଶୀର୍ଷା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବାରିପଦା ପିଆରଏମ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking