32.1 C
Bhubaneswar
Wednesday, May 21, 2025
Homeଅପରାଧସନ୍ଦିଗ୍ଧ ‘ଆଇଏସ୍‌ଆଇଏସ୍‌’ ଆତଙ୍କବାଦୀ ଓ ଆଉ ୨ଜଣଙ୍କୁ ଗିରଫ କଲା ଦିଲ୍ଲୀ ପୁଲିସ

ସନ୍ଦିଗ୍ଧ ‘ଆଇଏସ୍‌ଆଇଏସ୍‌’ ଆତଙ୍କବାଦୀ ଓ ଆଉ ୨ଜଣଙ୍କୁ ଗିରଫ କଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ: ଜଣେ ସନ୍ଦିଗ୍ଧ ‘ଇସ୍‌ଲାମିକ୍‌ ଷ୍ଟେଟ୍‌’ (ଆଇଏସ୍‌ଆଇଏସ୍‌) ଆତଙ୍କବାଦୀ ଓ ଆତଙ୍କବାଦ ସହିତ ସମ୍ପୃକ୍ତ ଥିବା ଆଉ ୨ଜଣଙ୍କୁ ଆଜି ଦିଲ୍ଲୀ ପୁଲିସ ସ୍ପେସାଲ୍‌ ସେଲ୍‌ ଗିରଫ କରିଛି। ସନ୍ଦିଗ୍ଧ ‘ଇସ୍‌ଲାମିକ୍‌ ଷ୍ଟେଟ୍‌’ ଆତଙ୍କବାଦୀ ହେଉଛନ୍ତି, ମହମ୍ମଦ୍‌ ଶାହନୱାଜ୍‌ ଓରଫ୍‌ ଶାଫି ଉଜ୍ଜାମା। ସେ ‘ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି’ର (ଏନ୍‌ଆଇଏ) ‘ମୋଷ୍ଟ୍‌ ୱାଣ୍ଟେଡ୍‌’ ତାଲିକାରେ ଥିଲେ। ତାଙ୍କ ଉପରେ ୩ ଲକ୍ଷ ଟଙ୍କା ପୁରସ୍କାର ରଖାଯାଇଥିଲା। ସମ୍ପ୍ରତି ଶାହନୱାଜ୍‌ ଓ ଆଉ ୨ଜଣଙ୍କୁ ଜେରା କରାଯାଉଛି। ତାଙ୍କ ଛଡ଼ା, ଆଉ ୩ଜଣ ଆତଙ୍କବାଦୀ ମଧ୍ୟ ଏହି ତାଲିକାରେ ଅଛନ୍ତି। ସେମାନେ ହେଉଛନ୍ତି, ରିଜ୍‌ୱାନ୍‌ ଅବ୍ଦୁଲ୍‌ ହାଜି ଅଲି ଓ ଅବ୍ଦୁଲ୍ଲା ଫୈୟାଜ୍‌ ଓରଫ୍‌ ଦିଆପେର୍‌ୱାଲା ଏବଂ ତଲ୍‌ହା ଲିୟାକତ୍‌ ଖାଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking