29.1 C
Bhubaneswar
Saturday, May 24, 2025
Homeଅପରାଧବାଙ୍ଗାଲୋରରେ ସନ୍ଦିଗ୍ଧ ଅଲ୍ କାଏଦା ଆତଙ୍କୀ ଗିରଫ

ବାଙ୍ଗାଲୋରରେ ସନ୍ଦିଗ୍ଧ ଅଲ୍ କାଏଦା ଆତଙ୍କୀ ଗିରଫ

ବେଙ୍ଗାଲୁରୁ: ଜାତୀୟ ଯାଞ୍ଚ୍ ଏଜେନ୍ସି (ଏନ୍‌ଆଇଏ) ବେଙ୍ଗାଲୁରୁରୁ ଏକ ସନ୍ଦିଗ୍ଧ ଆତଙ୍କୀକୁ ଗିରଫ କରିଛି । ଗିରଫ ଆତଙ୍କୀ ନାମ ଆରିଫ୍ ଏବଂ ସେ ବେଙ୍ଗାଲୁରୁରେ ଜଣେ ସଫ୍ଟଓୟାର୍ ଇଞ୍ଜିନିୟର୍ ଭାବେ କାମ କରୁଥିଲା । ସେ ଆଇଏସ୍‌ଆଇଏସ୍‌ରେ ସାମିଲ ହେବାକୁ ଚାହୁଁଥିଲା ଏବଂ ଆଫଗାନିସ୍ତାନ ଓ ଇରାନ ରାସ୍ତାରେ ସିରିୟା ପଳାଇଯିବା ଲକ୍ଷ୍ୟରେ ଥିଲା ବୋଲି କୁହାଯାଉଛି । ଏନ୍‌ଆଇଏ ଅନୁସାରେ ଆରିଫ୍ ଜଣେ କଟ୍ଟରପନ୍ତୀ । ତେବେ ବର୍ତ୍ତମାନ ସୁଦ୍ଧା ସେ କୌଣସି ଘଟଣାରେ ସାମିଲ ହୋଇନାହିଁ । ଏହି ମାମଲାରେ ଏନ୍‌ଆଇଏ ଶନିବାର ମୁମ୍ବାଇ ଏବଂ ବେଙ୍ଗାଲୁରୁରେ ଆଇଏସ୍‌ଆଇଏସ୍ ଏବଂ ଅଲ୍ କାଏଦା ସହିତ ସମ୍ବନ୍ଧ ରଖିଥିବା କେତେକ ସନ୍ଦିଗ୍ଧଙ୍କ ପରିସରରେ ଚଢ଼ଉ କରି କେତେକ ଡିଜିଟାଲ୍ ଡିଭାଇସ୍ ଏବଂ କାଗଜପତ୍ର ସିଜ୍ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking