28.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶପରଲୋକରେ ସୁଶୀଲ ମୋଦୀ

ପରଲୋକରେ ସୁଶୀଲ ମୋଦୀ

ନୂଆଦିଲ୍ଲୀ : ବରିଷ୍ଠ ବିଜେପି ନେତା ତଥା ରାଜ୍ୟସଭା ସାଂସଦ ତଥା ପୂର୍ବତନ ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀଙ୍କ ଦେହାନ୍ତ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୭୨ବର୍ଷ ବୟସ ହୋଇଥିଲା । ପରିବାର ସୂତ୍ରରୁ ମିଳିଥିବା ସୂଚନାନୁସାରେ ସୁଶୀଲ ମୋଦୀ, କ୍ୟାନସର ପୀଡ଼ିତ ଥିଲେ । ଦିଲ୍ଲୀସ୍ଥିତ ଏମ୍ସରେ ଗତ ଏକ ମାସ ପୂର୍ବରୁ ତାଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ଏଠାରେ ତାଙ୍କ ଚିକିତ୍ସା ଚାଲିଥିଲା । ତେବେ ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ହସ୍ପିଟାଲ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି ବୋଲି ପରିବାର ଲୋକେ କହିଛନ୍ତି ।

ଦୀର୍ଘ ୬ ମାସରୁ ଊର୍ଦ୍ଧ୍ୱ ସମୟ ଧରି କ୍ୟାନସର ସହ ଲଢ଼େଇ କରୁଥିବା ସୁଶୀଲ ମୋଦୀ, ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇବା ପୂର୍ବକ ଚଳିତ ଲୋକସଭା ନିର୍ବାଚନରୁ ମଧ୍ୟ ନିଜକୁ ଦୂରେଇ ରଖିଥିଲେ । ବିଜେପି ତାଙ୍କୁ ଚଳିତ ଲୋକସଭା ନିର୍ବାଚନ ପାଇଁ ଟିକଟ ଦେଇନଥିଲା ବୋଲି ଚର୍ଚ୍ଚା ହେଉଥିବା ବେଳେ ସେ ନିଜ ସୋସିଆଲ ଆକାଉଣ୍ଟ ଯୋଗେ ନିର୍ବାଚନ ନଲଢ଼ିବା ସମ୍ପର୍କରେ ପ୍ରକୃତ କାରଣ ସ୍ପଷ୍ଟ କରିଥିଲେ । ସେ ନିଜ ପୋଷ୍ଟରେ ୬ ମାସ ଧରି ସେ କ୍ୟାନସର ସହ ଲଢ଼ୁଥିବା ସମ୍ପର୍କରେ ଉଲ୍ଲେଖ କରିଥିଲେ । ଏହି ସମୟରେ ହିଁ ସେ ବିଜେପି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ପ୍ରଦେଶ ବିଜେପିର ଅନେକ ନେତା, କର୍ମୀ, ସମର୍ଥକ, ଶୁଭେଚ୍ଛୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ । ଆଜି ତାଙ୍କ ପରଲୋକଗତ ସମ୍ବାଦ ପ୍ରସାରିତ ହେବା ପରେ ମୋଦୀଙ୍କ ଠାରୁ ଆରମ୍ଭ କରି ଦଳର ସମସ୍ତ ନେତାମାନେ ଶୋକବ୍ୟକ୍ତ କରିଛନ୍ତି । ବିରୋଧୀ ଦଳର ନେତାମାନେ ମଧ୍ୟ ତାଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ପ୍ରାର୍ଥନା କରିବା ସହ ଶୋକବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking