31.1 C
Bhubaneswar
Sunday, May 19, 2024
Homeବ୍ରେକୀଙ୍ଗସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ହେଲା ଏକ ନୂଆ ଆବେଦନ

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ହେଲା ଏକ ନୂଆ ଆବେଦନ

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟରେ ପୁଣି ଏକ ନୂତନ ଆବେଦନ କରାଯାଇଛି । ସୁପ୍ରିମକୋର୍ଟରେ ଏହି କେସ ର ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ ସିବିଆଇକୁ ନିର୍ଦ୍ଦେଶ ଦିଆଯାଉବୋଲି ସେଥିରେ ଉଲ୍ଲେଖ ରହିଛି । ପୁନିତ କୌରଙ୍କ ଏହି ଆବେଦନରେ କୁହାଯାଇଛି ଯେ, ଚାରି ମାସ ପରେ ବି ସିବିଆଇ ଯାଂଚରେ କୌଣସି ନୂତନ ତଥ୍ୟ ସାମ୍ନାକୁ ଆସିପାରିନାହିଁ । ସେଥିପାଇଁ ଅଦାଲତ, ସିବିଆଇକୁ ଷ୍ଟାଟସ ରିପୋର୍ଟ ଦାଖଲ କରିବା ପାଇଁ ଆଦେଶ ଦିଅନ୍ତୁ । ଖାଲି ଏତିକି ନୁହେଁ, ଦୁଇ ମାସ ମଧ୍ୟରେ ସିବିଆଇ ତଦନ୍ତ ସାରିବାକୁ କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସେ କହିଛନ୍ତି । ପରେ ଟ୍ରାଏଲ କୋର୍ଟରେ ଫାଇନାଲ ରିପୋର୍ଟ ଦାଖଲ କରି ଏହାର କପି ସୁପ୍ରିମକୋର୍ଟରେ ଦିଆଯାଉ ।
ସୂଚନାଯୋଗ୍ୟ ଯେ, ବଲିଉଡ ଆକ୍ଟର ସୁଶାନ୍ତ ସିଂ ରାଜପୁତ୍ ଙ୍କ ମୃତ ଶରୀର ଚଳିତ ବର୍ଷ ଜୁନ ମାସରେ ମୁମ୍ବାଇସ୍ଥିତ ବାସଭବନରୁ ଉଦ୍ଧାର କରାଯାଇଥିଲା । ନିଜ ତଦନ୍ତରେ ମୁମ୍ବାଇ ପୋଲିସ କହିଥିଲା ଯେ, ସୁଶାନ୍ତ ଡିପ୍ରେସନରେ ଥିଲେ । ଯେଉଁଥିପାଇଁ ସେ ଆତ୍ମହତ୍ୟା କରିଥିଲେ । ସୁଶାନ୍ତଙ୍କ ବାପା କୃଷ୍ଣ କୁମାର ସିଂ ଏହି ମାମଲାରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତୀଙ୍କ ଉପରେ ହତ୍ୟା ଆରୋପ ଲଗାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking