35.9 C
Bhubaneswar
Friday, June 19, 2026
Homeଖେଳସୂର୍ଯ୍ୟକୁମାର ଯାଦବ ଆହତ

ସୂର୍ଯ୍ୟକୁମାର ଯାଦବ ଆହତ

ମୁମ୍ବାଇ: ଦିଲୀପ୍ ଟ୍ରଫି ଜରିଆରେ ଭାରତୀୟ ଟେଷ୍ଟ୍ ଟିମ୍‌କୁ ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ଥିବା ଷ୍ଟାର୍ ଭାରତୀୟ ବ୍ୟାଟର୍ ସୂର୍ଯ୍ୟକୁମାର ଯାଦବ ଆହତ ହୋଇଛନ୍ତି। ଶନିବାର ବୁଚି ବାବୁ ଟୁର୍ଣ୍ଣାମେଣ୍ଟ୍‌ରେ ତାମିଲନାଡ଼ୁ ବିପକ୍ଷ ମ୍ୟାଚ୍‌ରେ ଫିଲ୍ଡିଂ ବେଳେ ତାଙ୍କ ହାତରେ ଆଘାତ ଲାଗିଛି। ତେବେ ଆଘାତ କେତେ ଗମ୍ଭୀର ତାହା ଏବେ ଜଣାପଡ଼ି ନାହିଁ। ସେହିପରି ସେ ଦୁଲୀପ୍ ଟ୍ରଫିରେ ଭାଗ ନେଇପାରିବେ କି ନାହିଁ ସେ ସମ୍ପର୍କରେ ମଧ୍ୟ ଅଧିକ ସୂଚନା ନାହିଁ।

ମୁମ୍ବାଇ ପାଇଁ ଏହି ମ୍ୟାଚ୍ ସେପରି କିଛି ଖାସ୍ ହୋଇନି। ତାମିଲନାଡ଼ୁର ୩୭୯ ପ୍ରଥମ ଇନିଂସ୍ ରନ୍ ଜବାବରେ ୧୫୬ ରନ୍‌ରେ ଅଲ୍‌ଆଉଟ୍ ହୋଇଥିଲା। ସୂର୍ଯ୍ୟକୁମାର ଏହି ଇନିଂସ୍‌ରେ ୩୮ ବଲ୍‌ରେ ୩୦ ରନ୍ କରିଛନ୍ତି। ତାମିଲନାଡ଼ୁ ଦ୍ୱିତୀୟ ଇନିଂସ୍‌ରେ ୨୮୬ ରନ୍ କରି ମୁମ୍ବାଇକୁ ୫୧୦ ରନ୍‌ର ଟାର୍ଗେଟ୍ ଦେଇଛି। ସୂର୍ଯ୍ୟକୁମାର ଯାଦବ ଦେଢ଼ବର୍ଷ ପୂର୍ବେ ୨୦୨୩ ଫେବୃଆରୀରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ। ଏହି ମ୍ୟାଚ୍‌ର ପ୍ରଥମ ଇନିଂସ୍‌ରେ ସେ ମାତ୍ର ୮ ରନ୍ ସଂଗ୍ରହ କରିଥିଲେ। ଭାରତ ଏହି ମ୍ୟାଚ୍ ଇନିଂସ୍ ଓ ୧୩୨ ରନ୍‌ରେ ଜିତିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking