21.1 C
Bhubaneswar
Wednesday, November 27, 2024
Homeବ୍ରେକୀଙ୍ଗଦଲାଲି ବ୍ୟବସ୍ଥାର ଉଚ୍ଛେଦ : ସାଂସଦ ସୁରେଶ ପୂଜାରୀ

ଦଲାଲି ବ୍ୟବସ୍ଥାର ଉଚ୍ଛେଦ : ସାଂସଦ ସୁରେଶ ପୂଜାରୀ

ନୂଆଦିଲ୍ଲୀ : ରାଜ୍ୟସଭାରେ କୃଷି ବିଲ୍ ପାରିତ ପରେ ସାଂସଦ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା ।ସେ କହିଛନ୍ତି, ବିଜେଡି ବିଲ୍ କୁ ବିରୋଧ କରିବାକୁ ନେଇ ମୁ ଚକିତ ହୋଇଛି । ମଣ୍ଡିରେ ଚାଲିଥିବା ଦଲାଲି ବ୍ୟବସ୍ଥାର ଉଚ୍ଛେଦ ହେଲା ।ଇ- ମାର୍କେଟିଂ ଜରିଆରେ ଚାଷୀ ସବୁଠି ଫସଲ ବିକି ପାରିବେ । ଏବେ ଚାଷୀ ଯେଉଁଠି ଚାହିଁବ ଇଚ୍ଛାନୁସାରେ ଫସଲ ବିକ୍ରି କରିପାରିବେ । ଏବେ ଏହି କୃଷି ବିଲ୍‌ରେ ବେଶୀ କ୍ଷୁଦ୍ର ଓ ନାମମାତ୍ର ଚାଷୀ ବେଶୀ ଉପକୃତ ହେବେ ।

ରାଜ୍ୟସଭାରେ କୃଷି ବିଲକୁ ବିଜେଡ଼ି ପକ୍ଷରୁ ବିରୋଧ କରାଯାଇଥିଲା । ଦୁଇଟି ବିଲକୁ ସିଲେକ୍ଟ କମିଟିକୁ ପଠାଇବାକୁ ବିଜେଡ଼ି ଦାବି କରିଥିଲା। କୃଷି ବିଲ୍ ଉପରେ ତର୍ଜମା କରିବା ପାଇଁ ଦାବି କରାଯାଇଛି । ଆଲୋଚନାରେ ଭାଗ ନେଇ ବିରୋଧ କରିଥିଲେ ସାଂସଦ ଅମର ପଟ୍ଟନାୟକ । ବିଲରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ନାହିଁ ବୋଲି ଅମର କହିଥିଲେ ।
ପ୍ରବଳ ହଟ୍ଟଗୋଳ ଓ ବିରୋଧ ପରେ ଏବେ ରାଜ୍ୟସଭାରେ କୃଷି ବିଲ୍ ପାରିତ ହୋଇଛି । ସିଲେକ୍ଟ କମିଟିକୁ ପଠାଇବାକୁ ବିରୋଧୀଙ୍କ ଦାବିକୁ ଆଗ୍ରାହ୍ୟ କରାଯାଇଛି ।ବିରୋଧୀ ଦଳର ହଙ୍ଗାମା ପରେ ଭୋଟିଂ ପରେ ଗୃହୀତ କରାଯାଇଛି ।ବାଚନିକ ଭୋଟ୍‌ରେ ଦ୍ୱାରା କୃଷି ବିଲ୍‌କୁ ପାରିତ କରାଯାଇଛି ।ପୂର୍ବରୁ ଲୋକସଭାରେ ପାରିତ ହେବା ପରେ ରାଜ୍ୟସଭାରେ ଆଜି କୃଷି ସୁଧାର ବିଲ୍ କୁ ଗୃହୀତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking