27.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗପାଲଲହଡ଼ା ବିଧାୟକ ହେଲେ କରୋନା ଆକ୍ରାନ୍ତ

ପାଲଲହଡ଼ା ବିଧାୟକ ହେଲେ କରୋନା ଆକ୍ରାନ୍ତ

ପାଲଲହଡ଼ା : ରାଜ୍ୟର ଆଉ ଜଣେ ବିଧାୟକ ପୁଣି ଆଜି କରୋନା କବଳରେ ଫସି ଯାଇଛନ୍ତି । ବିଧାୟକଙ୍କ ଠାରୁ ମନ୍ତ୍ରୀ ନେତା, ଅଭିନେତା ସମସ୍ତେ କରୋନା ଫାସରେ । ତେବେ ଆଜି ଏହା ମଧ୍ୟରେ ପାଲଲହଡ଼ା ବିଧାୟକ ମୁକେଶ କୁମାର ପାଲ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ ନିଜେ ବିଧାୟକ ଫେସବୁକ୍ ଆକାଉଣ୍ଟରେ ସୂଚନା ଦେଇଛନ୍ତି । ତାଙ୍କର କୌଣସି ଲକ୍ଷଣ ନାହିଁ । ପଜିଟିଭ ଆସିଥିବା ହେତୁ ସେ ହୋମ କ୍ୱାରେଣ୍ଟାଇନରେ ଅଛନ୍ତି ବୋଲି କହିଛନ୍ତି । ଏହି କିଛି ଦିନ ଭିତରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ପରୀକ୍ଷା କରାଇ ନେବାକୁ ପରାମର୍ଶ ଦେଇଛନ୍ତି ବିଧାୟକ ।

ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି । ଏଥିସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ଚାଲିଛି । ଏବେ ଲଗାତର ଭାବେ ରାଜ୍ୟରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ପାର କରୁଛି । ମୃତ୍ୟୁ ସଂଖ୍ୟା ମଧ୍ୟ ୭୦୦ ପାର କରୁଛି । ଆଜି ରାଜ୍ୟରେ ଟି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦ଜଣଙ୍କର ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking