33.1 C
Bhubaneswar
Friday, May 3, 2024
Homeବ୍ରେକୀଙ୍ଗଦାୟିତ୍ୱ ନେଲେ ନୂଆ ମୁଖ୍ୟ ଶାସନ ସଚିବ

ଦାୟିତ୍ୱ ନେଲେ ନୂଆ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ସୁରେଶ ଚନ୍ଦ୍ର ମହାପାତ୍ର। ଅସିତ ତ୍ରିପାଠୀଙ୍କ ଅବସର ପରେ ସୁରେଶ ଚନ୍ଦ୍ର ମହାପାତ୍ର  ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ରାଜ୍ୟ ପ୍ରଶାସନର ମୁଖ୍ୟ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ୨୦୨୨ ଫେବୃଆରୀ ୨୮ ତାରିଖ ପର୍ଯ୍ୟନ୍ତ ସେ ଏହି ଦାୟିତ୍ବରେ ରହିବେ । ୧୯୮୬ ବ୍ୟାଚର ଆଇଏଏସ ଅଫିସର ହେଉଛନ୍ତି ସୁରେଶ । ୧୯୯୯ ମହାବାତ୍ୟା ସମୟରେ ତାଙ୍କୁ ବାତ୍ୟା ପରବର୍ତ୍ତି ସ୍ଥିତିର ମୁକାବିଲା ପାଇଁ ଭଦ୍ରକ ଦାୟିତ୍ବ ଦିଆଯାଇଥିଲା । ୧୯୯୭ରେ ତାଙ୍କୁ ଓମଫେଡର ଦାୟିତ୍ବ ମଧ୍ୟ ମିଳିଥିଲା । ଶକ୍ତି ଓ ଜଳସମ୍ପଦ ବିଭାଗରେ ସେ ବିଭିନ୍ନ ସମୟରେ ସଫଳତାର ସହ କାର୍ଯ୍ୟ କରିଛନ୍ତି । ଏହି ଦୁଇ କ୍ଷେତ୍ରରେ ସଂସ୍କାର ଆଣିବାରେ ସେ ଏକ ସମୟରେ ଗୁରୁଦାୟିତ୍ବ ବହନ କରିଥିଲେ । ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନରେ ମୁଖ୍ୟ ପ୍ରଶାସକ ଭାବେ ସେ ଏକାଧିକ ବାର କାର୍ଯ୍ୟତୁଲାଇଥିବା ବେଳେ ଏବେ କାର୍ଯ୍ୟକାରୀ ଅଧ୍ୟକ୍ଷ ଅଛନ୍ତି । ସେ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ସଚିବ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ୨୦୧୯ ଅଗଷ୍ଟ ୧୮ ତାରିଖରେ ତାଙ୍କୁ ଉନ୍ନୟନ କମିଶନର ଭାବେ ଅବସ୍ଥାପିତ କରାଯାଇଥିଲା । ସେହିପରି ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟକାଳ ଶେଷ ହେବା ପରେ ଅସିତ ତ୍ରିପାଠୀ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking