26.1 C
Bhubaneswar
Wednesday, April 2, 2025
Homeଦେଶ ବିଦେଶଛାଡ଼ପତ୍ର ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ଛାଡ଼ପତ୍ର ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ : ଛାଡ଼ପତ୍ର ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ତତ୍କାଳ ହୋଇପାରିବ ବିବାହ ବିଚ୍ଛେଦ । ବୈବାହିକ ସ୍ଥାପନ ସମ୍ଭବ ନହେଲେ ବିବାହକୁ କରାଯାଇପାରିବ ରଦ୍ଧ । ଧାରା ୧୪୨ର ଉପଯୋଗ କରି ଛାଡ଼ପତ୍ର ଫୈସଲା କରିହେବ । ପୂର୍ବରୁ ଏହି ଅଧିକାର ବୈଧାନିକ ଭାବେ ମାନ୍ୟତା ପ୍ରାପ୍ତ ଆଧାର ନଥିଲା । ଛାଡ଼ପତ୍ର ମାମଲାରେ ଆଉ ମାସ ମାସ ଅପେକ୍ଷା କରିବାକୁ ପଡ଼ିବନି । ୬ମାସ ଅପେକ୍ଷା କରିବାକୁ ଆଇନଗତ ବାଧ୍ୟତାମୂଳକ ଆଉ ଆବାଶ୍ୟକ ନାହିଁ । ପାରସ୍ପରିକ ସମ୍ମତି ସହିତ ଛାଡପତ୍ର ମାମଲାରେ ୬ ମାସ ଅପେକ୍ଷା କରିବାକୁ ଆଇନଗତ ବାଧ୍ୟତାମୂଳକ ଆବଶ୍ୟକ ହେବ ନାହିଁ। ପୂର୍ବରୁ ଛାଡପତ୍ର ମାମଲାରେ ଫାମିଲି କୋର୍ଟ ଯାଇ ୬ ମାସ ଅପେକ୍ଷା କରିବାକୁ ପଡୁଥିଲା। ଏଇ ୱେଟିଂ ପିରିୟଡ ବିନା ପାରସ୍ପରିକ ସମ୍ମତିରେ ଛାଡପତ୍ର ରାୟ ଦେଇହେବ କି ନାହିଁ , ସେନେଇ ଆସିଥିବା ମାମଲାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଏହି ରାୟ ଶୁଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking