29.1 C
Bhubaneswar
Saturday, September 21, 2024
Homeଦେଶ ବିଦେଶମାନହାନୀ ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା

ମାନହାନୀ ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଗ୍ରୀ ବିବାଦ ସହ ଜଡିତ ଗୁଜରାଟ ବିଶ୍ୱବିଦ୍ୟାଳୟ ମାନହାନୀ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ଶୁକ୍ରବାର ମନା କରି ଦେଇଛନ୍ତି । କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି । କୋର୍ଟ କହିଛନ୍ତି ଯେ ଆପଣଙ୍କର ସଂଶୋଧନ ଆବେଦନ ହାଇକୋର୍ଟରେ ବିଚାରାଧୀନ ଅଛି । ତେଣୁ ଏଠାରେ ଶୁଣାଣି କରିବାର କୌଣସି ଆବଶ୍ୟକତା ନାହିଁ। ଏହି ମାମଲାରେ କେଜ୍ରିୱାଲଙ୍କୁ ନିମ୍ନ ଅଦାଲତ ସମନ ଜାରି କରିଛନ୍ତି । ବାସ୍ତବରେ, ବିଶ୍ୱବିଦ୍ୟାଳୟ ତାଙ୍କ ବିରୋଧରେ ଦେଇଥିବା ବିବୃତ୍ତି ପାଇଁ କେଜ୍ରିୱାଲଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଛି । କୋର୍ଟରେ ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ କେଜ୍ରିୱାଲଙ୍କ ପ୍ରତିନିଧିତ୍ୱ କରୁଥିବା ଅଭିଷେକ ମନୁ ସିଂହଭୀ ଯୁକ୍ତି ବାଢିଛନ୍ତି ଯେ ସମନ ଭୁଲ ଭାବରେ ଜାରି କରାଯାଇଛି । ଅନ୍ୟପକ୍ଷରେ ଗୁଜୁରାଟ ବିଶ୍ୱବିଦ୍ୟାଳୟ ପାଇଁ ହାଜର ହୋଇଥିବା ସଲିସିଟର ଜେନେରାଲ ଅଫ୍ ଇଣ୍ଡିଆ ତୁଷାର ମେହେଟ୍ଟା କହିଛନ୍ତି ଯେ କେଜ୍ରିୱାଲଙ୍କ ମନ୍ତବ୍ୟ ଠିକ୍ ନଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking