25.1 C
Bhubaneswar
Thursday, January 16, 2025
Homeଦେଶ ବିଦେଶସୁପ୍ରିମକୋର୍ଟଙ୍କ ଟିପ୍ପଣୀ: ଜନସଂଖ୍ୟା ପ୍ରତିଶତ ଆରକ୍ଷଣର ଆଧାର ହୋଇପାରିବନି

ସୁପ୍ରିମକୋର୍ଟଙ୍କ ଟିପ୍ପଣୀ: ଜନସଂଖ୍ୟା ପ୍ରତିଶତ ଆରକ୍ଷଣର ଆଧାର ହୋଇପାରିବନି

ନୂଆଦିଲ୍ଲୀ: ଜନସଂଖ୍ୟା ପ୍ରତିଶତ କୌଣସି ଏକ ସମୁଦାୟକୁ ଆନ୍ତରିକ ଆରକ୍ଷଣ ଦେବା ପାଇଁ ଏକମାତ୍ର ଆଧାର ହୋଇପାରିବନି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ତାମିଲନାଡ଼ୁ ସରକାରଙ୍କର ବନ୍ନିୟାର ସମୁଦାୟକୁ ସରକାରୀ ଚାକିରି ଏବଂ ଶୈକ୍ଷିକ ସଂସ୍ଥାରେ ଆରକ୍ଷଣ ଦେବା ନିଷ୍ପତ୍ତିକୁ ଖାରଜ କରି ସୁପ୍ରିମକୋର୍ଟ ଏହି ଟିପ୍ପଣୀ ଦେଇଛନ୍ତି । ସର୍ବୋଚ୍ଚ କୋର୍ଟ କହିଛନ୍ତି ରାଜ୍ୟ ସରକାରଙ୍କ ଦ୍ୱାରା ବନ୍ନାୟାର୍ ସମୁଦାୟକୁ ୧୦.୫ ପ୍ରତିଶତ ଆରକ୍ଷଣ ଦିଆଯିବା ସମ୍ବିଧାନର ଅନୁଚ୍ଛେଦ ୧୪, ୧୫, ଓ ୧୬ର ଉଲ୍ଲଂଘନ । ସୂଚନାଯୋଗ୍ୟ, ଜଷ୍ଟିସ୍ ଥାନିକାଚଳମ୍‌ଙ୍କ ସୁପାରିସ ଅନୁସାରେ ରାଜ୍ୟ ସରକାର ବନ୍ନିୟାର୍ ସମୁଦାୟଙ୍କୁ ଆନ୍ତରିକ ଆରକ୍ଷଣ ଦେଇଥିଲେ । କୋର୍ଟ କହିଛନ୍ତି ସୁପାରିସରେ ଯେଉଁ ଆଧାର ଦିଆଯାଇଛି, ତାହା ଠିକ୍ ନୁହେଁ । କାରଣ ଯଦି କୌଣସି ବସ୍ତୁନିଷ୍ଠ କ୍ରାଇଟେରିଆ ନଥା ଏବଂ କୌଣସି ଏକ ସମୁଦାୟକୁ କେବଳ ଜନସଂଖ୍ୟା ଆଧାରରେ ବର୍ଗୀକରଣ କରାଯାଏ, ତେବେ ସେହି ଆନ୍ତରିକ ଆରକ୍ଷଣ ଜର୍ନେଲ୍ ସିଂ ଓ ଇନ୍ଦିରା ସାହନୀ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟରେ ଥିବା ବ୍ୟବସ୍ଥାର ବିରୋଧ କରିବ । ଜର୍ନେଲ୍ ସିଂ ଓ ଇନ୍ଦିରା ସାହାଣୀ ରାୟରେ ସୁପ୍ରିମକୋର୍ଟ କହିଥିଲେ, ଆରକ୍ଷଣ ପାଇଁ ଅପର୍ଯ୍ୟାପ୍ତ ପ୍ରତିନିଧିତ୍ୱ ରହିବା ଆବଶ୍ୟକ । ଅନ୍ୟପକ୍ଷରେ ଅପର୍ଯ୍ୟାପ୍ତ ଓ ଆନୁପାତିକ ପ୍ରତିନିଧିତ୍ୱ ସମ୍ପୂର୍ଣ୍ଣ ଭିନ୍ନ ବିଷୟ । ଇନ୍ଦିରା ସାହାଣୀ ରାୟର ଉଦାହରଣ ଦେଇ କୋର୍ଟ କହିଥିଲେ, ପଛୁଆ ବର୍ଗରେ ଉପ-ବର୍ଗୀକରଣ (ସବ୍ କ୍ଲାସିଫିକେଶନ୍‌) ହୋଇପାରେ, ଏଥିରେ କୌଣସି ସନ୍ଦେହ ନାହିଁ । ମାତ୍ର ଉପ-ବର୍ଗୀକରଣ ଆଇନ ଅନୁସାରେ ତର୍କସଂଗତ କି ନୁହେଁ ତାହା ପରେ ଦେଖାଯିବ । ବନ୍ନିୟାର୍ ସମୁଦାୟକୁ ଦିଆଯାଇଥିବା ଆରକ୍ଷଣକୁ ସୁପ୍ରିମକୋର୍ଟ ଖାରଜ କରି କହିଥିଲେ, ଏହାକୁ ସମର୍ଥନ କରୁଥିବା ନେଇ କୌଣସି ତଥ୍ୟ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking