32.1 C
Bhubaneswar
Sunday, June 16, 2024
Homeଦେଶ ବିଦେଶକୋରୋନା ପୀଡ଼ିତଙ୍କୁ ୩୦ ଦିନ ଭିତରେ କ୍ଷତିପୂରଣ ଯୋଜନାକୁ ସୁପ୍ରିମକୋର୍ଟଙ୍କ ଅନୁମତି

କୋରୋନା ପୀଡ଼ିତଙ୍କୁ ୩୦ ଦିନ ଭିତରେ କ୍ଷତିପୂରଣ ଯୋଜନାକୁ ସୁପ୍ରିମକୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ: ମହାମାରୀ କୋରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ଲୋକଙ୍କୁ ୫୦ ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ମିଳିବା ନେଇ କେନ୍ଦ୍ର ସରକାର କରିଥିବା ଯୋଜନାକୁ ସୁପ୍ରିମକୋର୍ଟ ସୋମବାର ଅନୁମତି ଦେଇଛନ୍ତି। ଆରମ୍ଭରୁ କ୍ଷତିପୂରଣ ପ୍ରଦାନ ସପକ୍ଷରେ କେନ୍ଦ୍ର ସରକାର ନ ଥିଲେ ହେଁ ସୁପ୍ରିମକୋର୍ଟଙ୍କ ଛାଟ ପରେ ସରକାର କ୍ଷତିପୂରଣ ରାଶି ପ୍ରଦାନ ପାଇଁ ବ୍ୟବସ୍ଥା କରିଛନ୍ତି। ସୋମବାର ଦେଶର ଶୀର୍ଷ କୋର୍ଟ କେନ୍ଦ୍ର ସରକାରଙ୍କ ଏହି ବ୍ୟବସ୍ଥାକୁ ଅନୁମତି ଦେଇଛନ୍ତି। ରାଜ୍ୟ ସରକାରମାନେ ପୀଡ଼ିତଙ୍କ ପରିବାର ଲୋକଙ୍କୁ ଆଗାମୀ ୩୦ ଦିନ ମଧ୍ୟରେ କ୍ଷତିପୂରଣ ଅର୍ଥ ପ୍ରଦାନ କରିବେ। ସୋମବାର ଏ ସଂକ୍ରାନ୍ତ ମାମଲାର ଶୁଣାଣି ବେଳେ ଜଷ୍ଟିସ ଏମଆର ଶାହ କହିଛନ୍ତି ଯେ କୋରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ଲୋକଙ୍କୁ ୫୦ ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରାଯିବ। କେନ୍ଦ୍ର ଓ ରାଜ୍ୟ ସରକାରମାନେ କରୋନା କ୍ଷତିଗ୍ରସ୍ତଙ୍କ ପାଇଁ କରିଥିବା ଅନ୍ୟାନ୍ୟ ଯୋଜନା ସହ ଏହି ଅର୍ଥକୁ ଯୋଡ଼ାଯିବ ନାହିଁ। ଅର୍ଥାତ୍ ଅନ୍ୟାନ୍ୟ ଯୋଜନା ବାହାରେ ଏହି ଅର୍ଥ ଅତିରିକ୍ତ ଭାବେ ଦିଆଯିବ। କୌଣସି ରାଜ୍ୟ ମୃତ୍ୟୁ ପ୍ରମାଣପତ୍ରର ଆଳ ଦେଖାଇ କାହାରିକୁ ବି ଏହି କ୍ଷତିପୂରଣ ରାଶି ଦେବାକୁ ମନା କରିପାରିବେ ନାହିଁ। ଜିଲ୍ଲା ପ୍ରଶାସନ ମୃତ୍ୟୁର କାରଣରେ ରହୁଥିବା ତ୍ରୁଟିର ତୁରନ୍ତ ତଦାରଖ କରିବେ ବୋଲି କୋର୍ଟ କହିଛନ୍ତି।

ସେହିପରି ଜିଲ୍ଲାସ୍ତରୀୟ କମିଟିର ବିସ୍ତୃତ ତଥ୍ୟ ଛାପା ଗଣମାଧ୍ୟମରେ ପ୍ରକାଶ ପାଇବ। କ୍ଷତିଗ୍ରସ୍ତକୁ ରାଜ୍ୟ ବିପର୍ଯ୍ୟୟ ରିଲିଫ ଫଣ୍ଡରୁ ଅର୍ଥ ଦିଆଯିବ। ଆବେଦନର ୩୦ ଦିନ ମଧ୍ୟରେ ଟଙ୍କା କ୍ଷତିଗ୍ରସ୍ତଙ୍କୁ ମିଳିବ ଓ ମୃତ୍ୟୁର କାରଣ କୋରୋନା ବୋଲି ପ୍ରମାଣପତ୍ରରେ ଉଲ୍ଲେଖ କରାଯିବାକୁ ଶୀର୍ଷ କୋର୍ଟ କହିଛନ୍ତି। ସେହିପରି ଜଷ୍ଟିସ୍ ଶାହ ଜଷ୍ଟିସ ଶାହ ଆହୁରି ମଧ୍ୟ କହିଛନ୍ତି ଯେ କ୍ଷତିପୂରଣ ରାଶି ରାୟ ପ୍ରକାଶ ପାଇବା ପରେ ଘଟୁଥିବା ଘଟଣାରେ ମଧ୍ୟ ରାଶି ପ୍ରଦାନ କରାଯିବ। ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନଡିଏମଏ) କୋରୋନାଜନିତ ମୃତକଙ୍କ ପରିବାର ଲୋକଙ୍କୁ ୫୦ ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରିବାକୁ ପ୍ରସ୍ତାବ ଦେଇଥିଲା। ଏ ସମ୍ପର୍କରେ କେନ୍ଦ୍ର ସରକାର ଗତ ମାସରେ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଥିଲେ। ସୋମବାର ସୁପ୍ରିମକୋର୍ଟ ଏଥିରେ ମୋହର ମାରିଛନ୍ତି। କେନ୍ଦ୍ର ସରକାର କହିଥିଲେ ଯେ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ କୋରୋନା ପୀଡ଼ିତଙ୍କ ପରିବାରକୁ ଏହି କ୍ଷତିପୂରଣ ଯୋଗାଇ ଦିଆଯିବ। କୋରୋନାରେ ପ୍ରାଣ ହରାଉଥିବା ପରିବାରକୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ ନେଇ ପୂର୍ବରୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ। ତେବେ ଏହି ପରିମାଣ କେତେ ହେବ, ସେ ନେଇ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନ୍‌ଡିଏମ୍‌ଏ) ନିୟମାବଳୀ ଜାରି କରିବାକୁ କୋର୍ଟ କହିଥିଲେ। କୋଭିଡ୍ ମୃତକଙ୍କ ପରିବାରକୁ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବା ପାଇଁ ଶୀର୍ଷ କୋର୍ଟରେ ପିଟିସନ୍ ଦାଖଲ ହୋଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking