ନୂଆଦିଲ୍ଲୀ: ବିଶ୍ୱବିଦ୍ୟାଳୟ କୁଳପତି ଓ ଶିକ୍ଷକ ନିଯୁକ୍ତିରେ ପ୍ରତିବନ୍ଧକ ହଟିଲା । ବିଶ୍ୱବିଦ୍ୟାଳୟ ସଂଶୋଧିତ ଆଇନରେ ମୋହର ଲଗାଇଲେ ସୁପ୍ରିମକୋର୍ଟ । ୟୁଜିସି ନିୟମ ସହିତ ସଂଶୋଧିତ ଆଇନ ଖାପ ଖୁଆଉଥିବା ଦର୍ଶାଇଲେ । ୪ ବର୍ଷ ହେଲା ନିଯୁକ୍ତି ନେଇ ଦେଖା ଦେଇଥିଲା ଅଚଳାବସ୍ଥା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇପାରିବ । ପୂର୍ୱରୁ ଜାରି ହୋଇଥିବା ଅନ୍ତରୀଣ ରହିତାଦେଶ ହଟିଲା । ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରିଥିଲେ ଏଜି ପୀତାମ୍ବର ଆଚାଯ୍ୟ ।