16.1 C
Bhubaneswar
Friday, January 10, 2025
Homeଦେଶ ବିଦେଶସତ୍ୟେନ୍ଦ୍ର ଜୈନଙ୍କ ଅନ୍ତରୀଣ ଜାମିନ ଅବଧି ନଭେମ୍ବର ୬ ଯାଏ ବଢାଇଲେ ସୁପ୍ରିମକୋର୍ଟ

ସତ୍ୟେନ୍ଦ୍ର ଜୈନଙ୍କ ଅନ୍ତରୀଣ ଜାମିନ ଅବଧି ନଭେମ୍ବର ୬ ଯାଏ ବଢାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆପ ସରକାରର  ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ସରକାର ନଭେମ୍ବର ୬ ତାରିଖ ଯାଏ ବଢାଇଛନ୍ତି । ସୁପ୍ରିମକୋର୍ଟ ମେଡିକାଲ ଆଧାରରେ ସତ୍ୟେନ୍ଦ୍ର ଜୈନଙ୍କର ଏହି ଜାମିନ ଅବଧି ବୃଦ୍ଧି କରିଛନ୍ତି । ଏବେ ସୁପ୍ରିମ କୋର୍ଟରେ ସତ୍ୟେନ୍ଦ୍ର ଜୈନଙ୍କ ନିୟମିତ ଜାମିନର ଶୁଣାଣି ନଭେମ୍ବର ୬ ତାରିଖରେ କରାଯିବ । ସୂଚନାଥାଉ କି, ଦିଲ୍ଲୀର ପୂର୍ବ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଦେହ ଅସୁସ୍ଥ ଥିବାରୁ ମେ’ ୨୬ ତାରିଖରେ ୬ ସପ୍ତାହ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ ସୁପ୍ରମକୋର୍ଟ । ଏହା ପରେ ସତ୍ୟେନ୍ଦ୍ର ଜୈନଙ୍କର ଲୋୟର ସ୍ପାଇନରେ ଅପରେଶନ ହୋଇଥିଲା । ଏହା ପରେ ସେ ଲଗାତାର ଜାମିନରେ ରହି ଆସୁଛନ୍ତି ।୨୦୧୭ ଅଗଷ୍ଟ ୨୪ ତାରିଖରେ ସିବିଆଇ ସତ୍ୟେନ୍ଦ୍ର ଜୈନ, ପୁନମ ଜୈନ, ଅଜିତ ପ୍ରସାଦ ଜୈନ, ସୁନିଲ କୁମାର ଜୈନ, ବୈଭବ ଜୈନ ଏବଂ ଅଙ୍କୁଶ ଜୈନଙ୍କ ବିରୋଧରେ ଦୁର୍ନୀତି ନିବାରଣ ନିୟମ ୧୯୮୮ ଅନୁସାରେ ଏଫଆଇଆର ରୁଜୁ କରିଥିଲା  । ଏହି ଏଫଆଇଆର ଆଧାରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସତ୍ୟେନ୍ଦ୍ରଙ୍କ ବିରୋଧରେ ମନି ଲଣ୍ଡରିଂ ଅଭିଯୋଗର ଯାଞ୍ଚ କରୁଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking