33.1 C
Bhubaneswar
Monday, February 23, 2026
Homeଦେଶ ବିଦେଶକୋଲକାତା ପୀଡିତାଙ୍କ ବାପା-ମା’ଙ୍କ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

କୋଲକାତା ପୀଡିତାଙ୍କ ବାପା-ମା’ଙ୍କ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କୋଲକତା ଆରଜି କର ମାମଲାର ଶୁଣାଣି କରିବେନି ସୁପ୍ରିମକୋର୍ଟ। ପୀଡିତାଙ୍କ ବାପା-ମା’ ନିଜ ଝିଅର ଦୁଷ୍କର୍ମ ଓ ହତ୍ୟା ମାମଲାର ନୂଆ ଭାବରେ ତଦନ୍ତ କରିବାକୁ କୋର୍ଟରେ ଆବେଦନ କରିଥିଲେ। ଏହା ଉପରେ ଶୁଣାଣି କରିବା ନେଇ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, କଲିକତା ହାଇକୋର୍ଟଙ୍କ ନିକଟରେ ଆବେଦନ କରନ୍ତୁ। ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନା କହିଛନ୍ତି, ଆମେ ଏହି ମାମଲାରେ କେ?ଣସି ଟିପ୍ପଣୀ ଦେଇ ପାରିବୁନି। ଆବେଦନକାରୀ ହାଇକୋର୍ଟଙ୍କ ଆଗରେ ମାମଲା ଉଠାଇ ପାରିବେ।’ ପୀଡିତାଙ୍କ ବାପ-ମା’ ଏହି ମାମଲାରେ ଅନ୍ୟ ଲୋକଙ୍କ ଭୂମିକା ଜାଣିବା ପାଇଁ ନୂତନ ଭାବରେ ତଦନ୍ତ ଦାବି କରିଥିଲେ।

ସୁପ୍ରିମକୋର୍ଟ କହିଛନ୍ତି, ପୀଡିତାଙ୍କ ବାପା-ମା’ ଏହି ଆବେଦନ ହାଇକୋର୍ଟରେ ଦାଖଲ କରି ନିଜ କଥା ରଖନ୍ତୁ। ଆମେ ନିଜ ପଟୁ ଏହି ଆବେଦନ ଉପରେ କେ?ଣସି ରାୟ ଦେଇପାରିବୁନି। ହାଇକୋର୍ଟର ବିଚାରପତି ନିଜ ବିବେକ ଅନୁସାରେ ଆବେଦନ ଉପରେ ରାୟ ଦିଅନ୍ତୁ। ସୁପ୍ରିମକୋର୍ଟ ଏହା ସହ ଜଡିତ ମୁଖ୍ୟ ମାମଲାର ଶୁଣାଣି ୧୩ ମଇରୁ ଆରମ୍ଭ କରିବାକୁ ଯାଉଛନ୍ତି। ଗତ ବର୍ଷ ଆରଜି କର ହସ୍ପିଟାଲର ସେମିନାର ହଲ୍‌ରେ ଲେଡି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ଏହି ଘଟଣାକୁ ନେଇ ସାରା ଦେଶରେ ଜୋରଦାର ବିକ୍ଷୋଭ ହୋଇଥିଲା। କୋଲକାତା ହାଇକୋର୍ଟ ୧୩ ଅଗଷ୍ଟରେ ତଦନ୍ତ ଭାର କୋଲକାତା ପୋଲିସଠାରୁ ନେଇ ସିବିଆଇକୁ ଦେଇଥିଲେ। ୧୪ ଅଗଷ୍ଟରୁ ସିବିଆଇ ନିଜର ତଦନ୍ତ ଆରମ୍ଭ କରିଥିଲା। ସେଭଳି ଏହି ମାମଲାର ଶୁଣାଣି କରି ସିଆଲଦା ସେସନ୍ କୋର୍ଟ ଅଭିଯୁକ୍ତ ସଞ୍ଜୟ ରାୟକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତାକୁ ମୃତ୍ୟୁ ପର୍ଯ୍ୟନ୍ତ ଆଜୀବନ ସଜା ଶୁଣାଇଛନ୍ତି କୋର୍ଟ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking