27.1 C
Bhubaneswar
Friday, June 28, 2024
Homeଦେଶ ବିଦେଶସୁପ୍ରିମ୍‌କୋର୍ଟରେ ସିସୋଦିଆଙ୍କୁ ମିଳିଲାନି ଜାମିନ

ସୁପ୍ରିମ୍‌କୋର୍ଟରେ ସିସୋଦିଆଙ୍କୁ ମିଳିଲାନି ଜାମିନ

ନୂଆଦିଲ୍ଲୀ :  ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ବରିଷ୍ଠ ଆପ୍ ନେତା ତଥା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଶ ସିସୋଦିଆଙ୍କୁ ସୁପ୍ରିମ୍‌କୋର୍ଟରେ ନିରାଶ ହେବାକୁ ପଡିଛି । ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ଏସ୍‌ଭିଏନ୍ ଭଟ୍ଟିଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟ ଖଣ୍ଡପୀଠ ସୋମବାର ସିସୋଦିଆଙ୍କ ଜାମିନ ଆବେଦନକୁ ଖାରଜ କରିଥିବା ଜଣାପଡିଛି । ଏହି ମାମଲାରେ ୩୩୮ କୋଟି ଟଙ୍କାର ଦୁର୍ନୀତି ହୋଇଥିବାର ପ୍ରମାଣ ମିଳିଥିବାରୁ ସିସୋଦିଆଙ୍କୁ ଜାମିନ ପ୍ରଦାନ କରିବା ଅନୁଚିତ ବୋଲି ଖଣ୍ଡପୀଠ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ତେବେ ସିସୋଦିଆ ଆଗାମୀ ଦିନରେ ପୁଣି ଜାମିନ ପାଇଁ ଆବେଦନ କରିପାରିବେ ବୋଲି ଖଣ୍ଡପୀଠ ମତବ୍ୟକ୍ତ କରିଛନ୍ତି । ସିବିଆଇ ଓ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଦ୍ୱାରା ମାମଲାର ତଦନ୍ତ କାର୍ଯ୍ୟ ଧିମା ବେଗରେ ଅଗ୍ରସର ହେଉଥିବାରୁ ଖଣ୍ଡପୀଠ ଉଦ୍‌ବେଗ ପ୍ରକାଶ କରିବା ସହ ୬/୮ ମାସ ମଧ୍ୟରେ ଏହାକୁ ଶେଷ କରିବାକୁ ତଦନ୍ତକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି । ଇତିପୂର୍ବରୁ ସିସୋଦିଆଙ୍କ ଜାମିନ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଓ ସୁପ୍ରିମକୋର୍ଟ ଖାରଜ କରିସାରିଛନ୍ତି । ଫେବୃୟାରୀ ୨୬ରେ ସିବିଆଇ ଏବଂ ମାର୍ଚ୍ଚ ୯ରେ ଇଡି ସିସୋଦିଆଙ୍କୁ ଗିରଫ କରିଥିବାବେଳେ ସେ ବର୍ତ୍ତମାନ ତିହାର ଜେଲ୍‌ରେ ଅବସ୍ଥାନ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking