33.1 C
Bhubaneswar
Saturday, June 21, 2025
Homeଓଡିଶାମନ୍ତ୍ରୀ ପଦ ନମିଳିବାରୁ ଅସନ୍ତୁଷ୍ଟ କି ସୁଶାନ୍ତ ସିଂ ?

ମନ୍ତ୍ରୀ ପଦ ନମିଳିବାରୁ ଅସନ୍ତୁଷ୍ଟ କି ସୁଶାନ୍ତ ସିଂ ?

ନୂଆଦିଲ୍ଲୀ: ମନ୍ତ୍ରିମଣ୍ଡଳରେ ସ୍ଥାନ ନମିଳିବା ନେଇ ବିଧାୟକ ସୁଶାନ୍ତ ସିଂ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଛି । ଆଜି ନୂଆ ମନ୍ତ୍ରୀ ଭାବେ ୩ ଜଣ ଶପଥ ନେଇଥିବା ବେଳେ ସେମାନଙ୍କ ଭିତରେ ପଶ୍ଚିମ ଓଡ଼ିଶାରୁ କେବଳ ସାରଦା ନାୟକଙ୍କୁ ନିଆଯାଇଛି। ନବ ଦାସଙ୍କ ଦେହାନ୍ତ ପରେ ପଶ୍ଚିମ ଓଡ଼ିଶାରୁ ଗୋଟିଏ ମନ୍ତ୍ରୀ ପଦ ଖାଲି ଥିଲା।

ସେହି ସ୍ଥାନରେ ମନ୍ତ୍ରୀପଦ ପାଇବା ପାଇଁ ଭଟଲି ବିଧାୟକ ସୁଶାନ୍ତ ସିଂ ଆଶାବାଦୀ ଥିଲେ। ତେବେ ତାଙ୍କୁ ମନ୍ତ୍ରୀପଦ ମିଳିନାହିଁ । ଏଥିରେ ସେ ଅସନ୍ତୁଷ୍ଟ ଥିବା କୁହାଯାଉଛି। ଏପରିକି ତାଙ୍କୁ ଆଜିର ଶପଥ ଗ୍ରହଣ ସମାରୋହରେ ଦେଖିବାକୁ ମିଳିନଥିଲା।

ପଦ୍ମପୁର ଉପନିର୍ବାଚନରେ ବିଜେଡିର ବୃହତ ବିଜୟ ପରେ ସୁଶାନ୍ତଙ୍କୁ ପୁଣିଥରେ ମନ୍ତ୍ରିମଣ୍ଡଳରେ ନିଆଯିବ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ମନ୍ତ୍ରିମଣ୍ଡଳରେ ତାଙ୍କୁ ନିଆଯାଇନାହିଁ। ଏପରିକି ଗତବର୍ଷ ଜୁନ ମାସରେ ହୋଇଥିବା ମନ୍ତ୍ରିମଣ୍ଡଳ ଅଦଳବଦଳ ସମୟରେ ବାଦ୍ ପଡ଼ିଥିବା ସୁଦାମ ମାରାଣ୍ଡି ଓ ବିକ୍ରମ କେଶରୀ ଆରୁଖଙ୍କୁ ଏବେ ପୁଣି ମନ୍ତ୍ରୀ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking