32.1 C
Bhubaneswar
Monday, June 2, 2025
Homeଦେଶ ବିଦେଶପାଲେଷ୍ଟାଇନ୍‌କୁ ସମର୍ଥନ; ଫେସ୍‌ବୁକ୍ ପୋଷ୍ଟ୍‌ରେ କନଷ୍ଟେବଳଙ୍କ ଚାନ୍ଦା ଆଦାୟ

ପାଲେଷ୍ଟାଇନ୍‌କୁ ସମର୍ଥନ; ଫେସ୍‌ବୁକ୍ ପୋଷ୍ଟ୍‌ରେ କନଷ୍ଟେବଳଙ୍କ ଚାନ୍ଦା ଆଦାୟ

ଲଖିମପୁର : ଇସ୍ରାଏଲ୍‌-ହମାସ୍ ଯୁଦ୍ଧ ମଧ୍ୟରେ ଉତ୍ତରପ୍ରଦେଶର ଲଖିମପୁର ଖିରିରୁ ଏକ ବିଚଳିତ କରିବା ଭଳି ମାମଲା ସାମ୍ନାକୁ ଆସିଛି । ଏଠାକାର ପୁଲିସ ଲାଇନ୍‌ରେ ମୁତୟନ ଜଣେ କନ୍‌ଷ୍ଟେବଳ ପାଲେଷ୍ଟାଇନ୍ ପାଇଁ ଫେସ୍‌ବୁକ୍ ଜରିଆରେ ଚାନ୍ଦା ମାଗୁଥିବାର ଏକ ସ୍ପ୍ରିନ୍‌ଶଟ୍ ଭାଇରାଲ୍ ହେବାରେ ଲାଗିଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ସମ୍ପୃକ୍ତ କନ୍‌ଷ୍ଟେବଳଙ୍କୁ ଡ୍ରୋନ୍ ଉଡ଼ାଇବା ଦାୟିତ୍ୱ ଦିଆଯାଇଥିଲା । ଏବେ ତାଙ୍କର ଏହି କାର୍ଯ୍ୟକଳାପକୁ ନେଇ ପୁଲିସ ବିଭାଗରେ ହଡ଼କମ୍ପ ସୃଷ୍ଟି ହୋଇଛି ।

କନ୍‌ଷ୍ଟେବଳଙ୍କ ନାମ ସୋହେଲ୍ ଅନ୍‌ସାରୀ ଏବଂ ତାଙ୍କ ଫେସ୍‌ବୁକ୍ ଆକାଉଣ୍ଟ୍‌ରୁ ‘ହେଲ୍ପ ସେଭ୍ ପାଲେଷ୍ଟାଇନ୍‌, ୧ ରିପୋଷ୍ଟ୍‌= ୧ ଡଲାର, ସମସ୍ତ ଡୋନେସନ୍ ଇସ୍‌ଲାମିକ୍ ରିଲିଫ୍ ୟୁଏସ୍‌ଏକୁ ପଠାଯିବ’ ବୋଲି ପୋଷ୍ଟ୍ କରାଯାଇଛି । ଏହି ମାମଲାରେ କନ୍‌ଷ୍ଟେବଳ ଜଣକ ସଫେଇ ଦେଇ କହିଛନ୍ତି, ତାଙ୍କ ପୁଅର ଭୁଲ୍ ଯୋଗୁଁ ଏପରି ହୋଇଛି । ଏହି ଘଟଣା ପରେ ସେ ଫେସ୍‌ବୁକ୍ ଆକାଉଣ୍ଟ୍‌କୁ ଡିଲିଟ୍ କରିଦେଇଛନ୍ତି । ତେବେ ମାମଲାର ଗୁରୁତ୍ୱ ଦୃଷ୍ଟିରେ ଜିଲ୍ଲାର ଅତିରିକ୍ତ ଏସ୍‌ପି ଯାଞ୍ଚ୍ ଆଦେଶ ଦେଇଛନ୍ତି । ଯାହା କି ତଥ୍ୟ ସାମ୍ନାକୁ ଆସିବ, ତା’ ଆଧାରରେ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking