28.1 C
Bhubaneswar
Wednesday, December 4, 2024
Homeଓଡିଶାବିଧାନସଭାରେ ଉପସ୍ଥାପିତ ହେଲା ୨୦୨୨-୨୩ ଆର୍ôଥକ ବର୍ଷ ପାଇଁ ଅତିରିକ୍ତ ବଜେଟ

ବିଧାନସଭାରେ ଉପସ୍ଥାପିତ ହେଲା ୨୦୨୨-୨୩ ଆର୍ôଥକ ବର୍ଷ ପାଇଁ ଅତିରିକ୍ତ ବଜେଟ

ଭୁବନେଶ୍ୱର:  ବିଧାନସଭା ଶୀତ ଅଧିବେଶନର ପ୍ରଥମ ଦିବସରେ ୨୦୨୨-୨୩ ଆର୍ôଥକ ବର୍ଷର ମୋଟ୍ ୧୬,୮୦୦ କୋଟିର ଅତିରିକ୍ତ ବଜେଟ୍ ଉପସ୍ଥାପିତ ହୋଇଛି । ଏଥିରେ ପ୍ରଶାସନିକ ବ୍ୟୟ ନିମନ୍ତେ ୪,୯୩୪ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବାବେଳେ କାର୍ଯ୍ୟକ୍ରମ ବ୍ୟୟ ୯,୨୦୦ କୋଟି ରହିଛି । ତେବେ ୯ଟି କ୍ଷେତ୍ରକୁ ରାଜ୍ୟ ସରକାର ଅଧିକ ଗୁରୁତ୍ୱ ପ୍ରଦାନ କରିଛନ୍ତି । ତାହା ହେଉଛି କୃଷି କଲ୍ୟାଣ ଓ ଖାଦ୍ୟ ନିରାପତ୍ତା, ସ୍ୱସ୍ଥ୍ୟ ସେବା, ମହିଳା ଓ ଶିଶୁ ସଶକ୍ତିକରଣ, ଅନସୂଚିତ ଜାତି ଓ ଜନଜାତି ବିକାଶ, ଶିକ୍ଷା, କ୍ରୀଡ଼ା ଓ ଦକ୍ଷତା ବିକାଶ, ଗ୍ରାମ୍ୟ ଉନ୍ନୟନ, ସହରାଞ୍ଚଳ ବିକାଶ, ଶକ୍ତି,ସୂଚନା ପ୍ରଯୁକ୍ତି ଏବଂ ସଂସ୍କୃତି ଓ ପର୍ଯ୍ୟଟନ ବିକାଶ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅନୁପସ୍ଥିତରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ୍ କୁମାର ଅମାତ୍ ଏହି ଅତିରିକ୍ତ ବଜେଟ୍ ଉପସ୍ଥାପନ କରି ଏହି ସୂଚନା ପ୍ରଦାନ କରିଛନ୍ତି ।

ଗୁରୁବାରରୁ ଆରମ୍ଭ ହୋଇଛି ବିଧାନସଭାର ଶୀତ ଅଧିବେଶନ । ପ୍ରଥମ ଦିବସରେ ୨୦୨୨-୨୩ ଆର୍ôଥକ ବର୍ଷ ପାଇଁ ଅତିରିକ୍ତ ବଜେଟ୍ ଉପସ୍ଥାପିତ କରି ଶ୍ରୀ ଅମାତ୍ କହିଛନ୍ତି ଯେ, ଅତିରିକ୍ତ ବଜେଟ୍ ପରିମାଣ ମୋଟ୍ ୧୬,୮୦୦ କୋଟି ଟଙ୍କା ଭିତରେ ପ୍ରଶାସନିକ ବ୍ୟୟ ଓ କାର୍ଯ୍ୟକ୍ରମ ବ୍ୟୟକୁ ଛାଡ଼ି ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ବାବଦକୁ ୨୬୧୦.୪୬ କୋଟି ଓ ରାଜ୍ୟ ବଜେଟ୍‌ରୁ ସ୍ଥାନାନ୍ତର ବ୍ୟୟ ବାବଦକୁ ୫୫.୫୪ କୋଟି ରହିଛି । କାର୍ଯ୍ୟକ୍ରମ ବ୍ୟୟ ୯,୨୦୦ କୋଟି ମଧ୍ୟରୁ ରାଜ୍ୟ ସ୍ତରୀୟ ଯୋଜନା ବାବଦକୁ ୬,୧୬୭ କୋଟି ଟଙ୍କା, କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ବ।।ବଦକୁ ୨୮୯୧ କୋଟି ଟଙ୍କା ଏବଂ କେନ୍ଦ୍ର ସ୍ତରୀୟ ଯୋଜନା ପାଇଁ ୧୪୧ କୋଟି ଟଙ୍କା ରହିଛି । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷଣା ବାବଦକୁ ଆବଶ୍ୟକୀୟ ଅର୍ଥ ବରାଦ ହୋଇଛି । ଏଥିରେ ଚାଲୁ ରହିଥିବା ଏବଂ ନୂତନ ଯୋଜନା ଓ ପ୍ରକଳ୍ପ କାର୍ଯ୍ୟ ଆଗାଇପାରିବ ।

ଶ୍ରୀ ଅମାତ୍ କହିଛନ୍ତି ଯେ,ଚଳିତ ବର୍ଷ ବଜେଟ୍ ଆବଳନରେ ୧,୦୦,୦୦୦ କୋଟି ଟଙ୍କାର କାର୍ଯ୍ୟକ୍ରମ ବ୍ୟୟ ବରାଦ ସହିତ ୯,୨୦୦ କୋଟିର ଅତିରିକ୍ତ କାର୍ଯ୍ୟକ୍ରମ ବ୍ୟୟ ବରାଦର ପ୍ରସ୍ତାବ ଦିଆଯାଇଛି । ଏହାଦ୍ୱାରା ଚଳିତ ବର୍ଷ ମୋଟ୍ କାର୍ଯ୍ୟକ୍ରମ ବ୍ୟୟ ତୁଳନାରେ ଯଥେଷ୍ଟ ଅଧିକ ହେବ । ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ରାଜସ୍ୱ ଆଦାୟ ପୂର୍ବ ବର୍ଷ ଠାରୁ ୧୩% ଅଭିବୃଦ୍ଧି ଘଟିଛି । ରାଜ୍ୟ ଘରୋଇ ଉତ୍ପାଦର ଅନୁପାତ ୧୨.୬% ଥିବାବେଳେ ସୂଧ ଦେୟ ଓ ରାଜସ୍ୱ ଆୟର ଅନୁପାତ ୨.୮% ମଧ୍ୟରେ ସୀମିତ ରହିଛି । ବଜେଟ୍ ଷ୍ଟାବିଲାଇଜେସନ ନିମନ୍ତେ ୩୭୦୦ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି । ତେଣୁ ଅତିରିକ୍ତ ବଜେଟ୍‌ରେ ଆମେ ରାଜସ୍ୱ ବଳକା ସ୍ଥିତିକୁ ବଜାୟ ରଖିବୁ । ଆର୍ଥିକ ନିଅଣ୍ଟକୁ ସକଳ ରାଜ୍ୟ ଘରୋଇ ଉତ୍ପାଦର ୩% ମଧ୍ୟରେ ସୀମିତ ରଖିବୁ । ଋଣ-ସକଳ ରାଜ୍ୟ ଘରୋଇ ଉତ୍ପାଦର ଅନୁପାତକୁ ବର୍ଷ ଶେଷରେ ନିର୍ଦ୍ଧାରିତ ସ୍ତର ମଧ୍ୟରେ ସୀମିତ ରଖିବାକୁ ଆଶା କରୁଛୁ । ତେଣୁ ବିକାଶମୂଳକ ଓ ଜନକଲ୍ୟାଣ କାର୍ଯ୍ୟକ୍ରମ ଜାରି ରହିବ ବୋଲି ସେ କହିଛନ୍ତି ।

ଶ୍ରୀ ଅମାତ୍ କହିଛନ୍ତି ଯେ, ଅତିରିକ୍ତ ବଜେଟ୍‌ରେ ସାର୍ବଜନୀନ ସ୍ୱାସ୍ଥ୍ୟସେବା ଓ ଖାଦ୍ୟ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ବଜେଟ୍‌ର ୫୫% ଯୋଜନା ବାବଦ ଖର୍ଚ୍ଚ ଥିବା ବେଳେ ସ୍ୱାସ୍ଥ୍ୟ ଯୋଜନା ପାଇଁ ଅତିରିକ୍ତ ୮୬୭ କୋଟି ଟଙ୍କା ରହିଛି । ଖାଦ୍ୟ ସୁରକ୍ଷା ପାଇଁ ୧୬୬ କୋଟି ରହିଛି । ସେହିପରି ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୧୫୭୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଜଳସେଚନ ସୁବିଧା ଓ ବିକାଶ ନିମନ୍ତେ ଜଳ ସମ୍ପଦ ପାଇଁ ୧୫୫୩ କୋଟି ବ୍ୟୟବରାଦ ହୋଇଥିଲାବେଳେ ଗୃହ ବିଭାଗ ପାଇଁ ୩୦୫ କୋଟିର ବ୍ୟୟ ବରାଦ କରାଯାଇଛି । ଗୃହ ନିର୍ମା ଓ ପୌର ଉନ୍ନୟନ ବିଭାଗ ଲାଗି ୭୮୨.୦୪ କୋଟି, ପଞ୍ଚୟତିରାଜ ଓ ପାନୀୟଜଳ ବିଭାଗ ଲାଗି ୮୫୪.୯୫ କୋଟି, ଗ୍ରାମୀଣ ସଂଯୋଗୀକରଣ ପାଇଁ ୫୫୨କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଏହି ଅର୍ଥରେ ଗ୍ରାମ୍ୟ ଭତ୍ତିଭୂମି ବିକାଶ କରାଯିବ । ଅନ୍ୟପକ୍ଷରେ ମହିଳା ଓ ଶିଶୁ ସଶକ୍ତିକରଣ ପାଇଁ ୧୭୨କୋଟି ଟଙ୍କା ବ୍ୟୟବରାଦ ହୋଇଥିବାବେଳେ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ବିକାଶ ପାଇଁ ୪୩୮କୋଟି ପ୍ରଦାନ କରାଯାଇଛି । ରାଜ୍ୟ ସରକାର ଏବେ କ୍ରୀଡ଼ା ଭିତ୍ତିଭୂମି ବିକାଶକୁ ବି ଅଗ୍ରାଧିକାର ଦେଇଛନ୍ତି । ଏଥିପାଇଁ ୫୦୮କୋଟି ଟଙ୍କା ରହିଥିବାବେଳେ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ୨୬୩୫ କୋଟି ଟଙ୍କା ଅତିରିକ୍ତ ବଜେଟ୍‌ରେ ବ୍ୟୟବରାଦ ହୋଇଛି । ଏହା ବ୍ୟତୀତ ଖରିଫ୍ ୨୦୨୧ରେ ମରୁଡ଼ି ଜନିତ ଶସ୍ୟହାନୀ କ୍ଷତି ପୂରଣ ପାଇଁ ୨୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ।

ଶ୍ରୀ ଅମାତ୍ କହିଛନ୍ତି ଯେ, ସର୍ବଦଳୀୟ ନିଷ୍ପତ୍ତି ଅନୁସାରେ ନଭେମ୍ବର ୩୦ ଓ ଡିସେମ୍ବର ୧ ରେ ଅତିରିକ୍ତ ଖର୍ଚ୍ଚ ଦାବି ଉପରେ ବିସ୍ତୃତ ଆଲୋଚନା ହେବ । ତେବେ ଏହା ପୂର୍ବରୁ ୨୦୨୨-୨୩ ଆର୍ôଥକ ବର୍ଷ ପାଇଁ ଅତିରିକ୍ତ ବଜେଟ୍ ଉପରେ ନଭେମ୍ବର ୩୦ରୁ ଡିସେମ୍ବର ୧ ଯାଏ ଆଲୋଚନା ହେବ । ଡିସେମ୍ବର ୨ରେ ବ୍ୟୟ ମଞ୍ଜୁରୀ ବିଲ୍ ଆଗତ ସହ ପାରିତ ହେବ । ତେବେ ଅଧିବେଶନର ପ୍ରଥମ ଦିନ ପୂର୍ବାହ୍ନ ୧୧ରେ ଗୃହ ଆରମ୍ଭ ହେଉଥିବାବେଳେ ବାକି ୩୨ କାର୍ଯ୍ୟ ଦିବସ ପୂର୍ବାହ୍ନ ସାଢ଼େ ୧୦ରେ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking