37.1 C
Bhubaneswar
Saturday, May 18, 2024
Homeଓଡିଶାଦିବ୍ୟାଙ୍ଗ ପ୍ରେମିକଙ୍କୁ ବିବାହ କଲେ ପ୍ରେମିକା

ଦିବ୍ୟାଙ୍ଗ ପ୍ରେମିକଙ୍କୁ ବିବାହ କଲେ ପ୍ରେମିକା

ସୁନ୍ଦରଗଡ : ପ୍ରେମ ଶାଶ୍ୱତ ଓ ଚିରନ୍ତନ । ଏ କଥାକୁ ଆମେ କେବଳ ବାକ୍ୟରେ କୁହନ୍ତି । ହେଲେ କାମରେ କରି ଦେଖାଇଛନ୍ତି ସୁନ୍ଦରଗଡ କୋଇଡାର ନୀଳମତି । ଯାହାକୁ ଜୀବନ ଦେଇ ଭଲପାଉଥିଲେ.. ଦେହ ଖରାପ ହେବା ପରେ ବି ତାଙ୍କୁ ଭୁଲିଲେ ନାହିଁ । ବରଂ ତାଙ୍କ ହାତ ଧରି ଚାଲିଆସିଲେ ଶାଶୂଘର । ୫ ବର୍ଷର ଏହି ଭଲପାଇବା ଆଗରେ ହାର ମାନିଥିଲା ପରିବାରର ପ୍ରତିବନ୍ଧକ । ବାରମ୍ବାର ମନା କରିବା ପରେ ବି କାହାର କଥାକୁ ଖାତିର ନକରି ଦିବ୍ୟାଙ୍ଗ ପ୍ରେମିକ ସଦନଙ୍କ ହାତ ସହ ସଂସାର କରିବାକୁ ନିଷ୍ପତ୍ତି ନେଇଥିଲେ ନୀଳମତି । ସେହି ଭାଗ୍ୟଶାଳୀ ପ୍ରେମିକ ହେଉଛନ୍ତି ସଦନ ନାୟକ। ୫ ବର୍ଷ ପୂର୍ବେ ନୀଳମତି ନାଏକଙ୍କ ସହ ଗଢିଉଠିଥିଲା ପ୍ରେମ ସମ୍ପର୍କ । ଉଭୟ ଉଭୟଙ୍କୁ ଜୀବନ ଦେଇ ଭଲ ପାଉଥିଲେ । ସଂସାର କରିବାକୁ ସୁନେଲୀ ସ୍ୱପ୍ନ ବି ଦେଖୁଥିଲେ । ବେଶ୍ ହସଖୁସିରେ ଆଗକୁ ବଢୁଥିଲା ପ୍ରେମ ଗାଡି । ହେଲେ ସଦନଙ୍କୁ ଅଜଣା ରୋଗ ଏମାନଙ୍କ ଜୀବନର ମୋଡ ବଦଳାଇ ଦେଇଥିଲା । ହଠାତ୍ ଅଜଣା ରୋଗରେ ଆକ୍ରାନ୍ତ ହେବା ପରେ ଡାହାଣ ଗୋଡଟି ନଷ୍ଟ ହୋଇଯାଇଥିଲା ।

ଆଉ ଡାକ୍ତରଙ୍କ ପରାମର୍ଶ କ୍ରମେ ଗୋଡ ବି କଟାଗଲା । ଆଉ ସବୁଦିନ ଲାଗି ଦିବ୍ୟାଙ୍ଗ ହୋଇଗଲେ ସଦନ । ସୁନ୍ଦରଗଡ଼ କୋଇଡା ବଳଢ଼ିହି ଗାଁର ସଦନ । ଯିଏ ଦିନେ ସକାଳ ହେବା ମାତ୍ରେ ରୋଜଗାର ପାଇଁ ବାହାରିଯାଆନ୍ତି, ଆଜି ସିଏ ଘର ଦୁଆର ମୁହଁରେ ବସି ରହୁଛନ୍ତି । ରୋଜଗାର ପାଇଁ ଇଚ୍ଛା ଥିଲେ ବି ସାଥ୍ ଦେଉନି ଶରୀର । ବିନା ଆଶା ବାଡିରେ ପାଦେ ବାଟ ଚାଲିବା ତାଙ୍କ ପାଖରେ ସମ୍ଭବ ବି ନୁହେଁ । ହେଲେ ସଦନଙ୍କ ଏହି ଅସମୟରେ ସାହାଯ୍ୟର ହାତ ବଢାଇଛନ୍ତି ୮୦ ବର୍ଷିୟ ବୃଦ୍ଧ ସିଦ୍ଧୁ ନାୟକ । ଯେଉଁ ବୟସରେ ପୁଅର ରୋଜଗାରରେ ଚଳିବାର କଥା ଆଜି ସେଇ ବୟସରେ ସେ ପୁଅ ପାଇଁ କରୁଛନ୍ତି ରୋଜଗାର, ପୁଣି ହସିହସି । କେତେବେଳେ ଚାଉଳ ତ କେତେବେଳେ ପନିପରିବା । ଏମିତିକି ଅନେକ ପ୍ରକାର ସାମଗ୍ରୀ ଆଣି ଘରେ ଥୋଇ ଦେଉଛନ୍ତି । ଆଉ ସତେ ଯେମିତି କହୁଛନ୍ତି, ପୁଅ ତୁ ବ୍ୟସ୍ତ ହୁଅନାରେ ତୋ ବାପା ବଞ୍ଚିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking