28.1 C
Bhubaneswar
Thursday, September 19, 2024
Homeଓଡିଶାଭିଜିଲାନ୍ସ ଜାଲରେ ଅଧୀକ୍ଷଣ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ଅଧୀକ୍ଷଣ ଯନ୍ତ୍ରୀ

ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ଜନସ୍ବାସ୍ଥ୍ୟ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଧୀକ୍ଷଣ ଯନ୍ତ୍ରୀ ବିଶ୍ବବନ୍ଧୁ ପାଣିଗ୍ରାହୀଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ଭୁବନେଶ୍ବର ସମେତ ଏକକାଳୀନ ୬ଟି ସ୍ଥାନରେ ରେଡ୍ ହୋଇଛି । ଭିଏସ୍ଏସ ନଗରରେ ଥିବା କୋଠାରେ ଚଢ଼ାଉ ହୋଇଛି ।

ରୁଦ୍ରପୁର ଆସୋଟେକ ପ୍ରାଇଡରେ ଥିବା ଫ୍ଲାଟ, ଭଦ୍ରକ ମଠ ସାହିରେ ଥିବା କୋଠା, ଭଦ୍ରକ ତୋରଣପଡାସ୍ଥିତ ପୈତୃକ ଘର ଓ ଭିଏସ୍ଏସନଗର ସ୍ଥିତ ସମ୍ପର୍କୀୟଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ଉନ୍ନତି ଭବନରେ ଥିବା ଇଆଇସିଙ୍କ କାର୍ଯ୍ୟାଳୟ ଭିତରେ ବି ଚାଲିଛି ରେଡ୍ । ଚଢ଼ାଉରେ ୭ ଡିଏସ୍‌ପିଙ୍କ ନେତୃତ୍ୱରେ ୫ ଇନ୍ସପେକ୍ଟର, ୮ ଏଏସଆଇ ସାମିଲ ହୋଇଛନ୍ତି । ଭୁବନେଶ୍ୱର ସ୍ପେଶାଲ ଜଜ୍ ଭିଜିଲାନ୍ସଙ୍କ ନିର୍ଦ୍ଦେଶ କ୍ରମେ ଚଢ଼ାଉ କରିଛି ଭିଜଲାନ୍ସ । ଦୁର୍ନୀତିଗସ୍ତ ଅଫିସରଙ୍କ ବିରୋଧରେ ଜିରୋ ଟଲରାନ୍ସ ନୀତି ଆପଣାଉଛନ୍ତି ରାଜ୍ୟ ସରକାର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking