28.1 C
Bhubaneswar
Sunday, June 23, 2024
Homeବଲିଉଡବଲିଉଡ ଫିଲ୍ମ ‘ବର୍ଡର-୨’ ଆସିବା ନେଇ ସନ୍ନି ଦେଓଲ୍‌‌ଙ୍କ ସୂଚନା

ବଲିଉଡ ଫିଲ୍ମ ‘ବର୍ଡର-୨’ ଆସିବା ନେଇ ସନ୍ନି ଦେଓଲ୍‌‌ଙ୍କ ସୂଚନା

ମୁମ୍ବଇ: ୧୯୯୭ ମସିହାରେ ରିଲିଜ ହୋଇଥିବା ବଲିଉଡ ଫିଲ୍ମ ‘ବର୍ଡର’ର ସିକ୍ୱେଏଲ ‘ବର୍ଡର-୨’ ଆସିବାକୁ ଯାଉଛି। ଅନେକ ଦିନ ହେବ ‘ବର୍ଡର-୨’ ଫିଲ୍ମ ନିର୍ମାଣ ନେଇ ଚର୍ଚ୍ଚା ଲାଗି ରହିଥିଲା। ବର୍ତ୍ତମାନ ପ୍ରଶଂସକମାନଙ୍କ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। କାରଣ ବଲିଉଡ ଷ୍ଟାର ସନ୍ନି ଦେଓଲ୍‌‌ ନିଜେ ‘ବର୍ଡର-୨’ ଆସିବା ନେଇ ଇନଷ୍ଟାଗ୍ରାମରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ‘ବର୍ଡର-୨’ ପ୍ରଥମ ଝଲକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ସନ୍ନି। ପୋଷ୍ଟରେ ସନି୍ନ ଲେଖିଛନ୍ତି ଯେ ୨୭ବର୍ଷ ତଳର ପୁରୁଣା ପ୍ରତିଶ୍ରୁତିକୁ ପୂରଣ କରିବାକୁ ଜଣେ ଯବାନ ଫେରି ଆସୁଛନ୍ତି। ସନ୍ନିଙ୍କ ଏହି ପୋଷ୍ଟକୁ ଦେଖି ପ୍ରଶଂସକମାନେ ଖୁବ ପ୍ରଶଂସା କରିଛନ୍ତି। ଜେପି ଦତ୍ତା, ନିଧି ଦତ୍ତା ଏବଂ ଭୂଷଣ କୁମାର ପ୍ରଯୋଜକ ଥିବାବେଳେ ଅନୁରାଗ ସିଂହ ନିର୍ଦ୍ଦେଶନା ଭାର ସମ୍ଭାଳୁଛନ୍ତି। ପୂର୍ବରୁ ଫିଲ୍ମ ପ୍ରସ୍ତୁତି ଜୋରଦାର ଚାଲିଥିବା ଗଣମାଧ୍ୟମକୁ କୁହାଯାଇଥିଲା। ବର୍ଡର ଫିଲ୍ମର ସଫଳତାକୁ ବିଚାର କରି ଏହାର ସିକ୍ୱଏଲ ନିର୍ମାଣ ନେଇ ଆଲୋଚନା ହେବା ସହିତ ଅକ୍ଟୋବରରୁ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ ବୋଲି କୁହାଯାଇଥିଲା। ଫିଲ୍ମରେ କେଉଁମାନେ ଅଭିନେତାମାନେ ନଜର ଆସିବେ ସେନେଇ କୌଣସି ସୂଚନା ଦିଆଯାଇନାହିଁ। ୨୦୨୬ ଗଣତନ୍ତ୍ର ଦିବସରେ ଫିଲ୍ମଟି ରିଲିଜ କରିବାକୁ ଲକ୍ଷ୍ୟ ରଖାଯାଇଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking