30.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶକପିଲ୍‌ଙ୍କ ସହ ପୁଣି ଦର୍ଶକଙ୍କୁ ଏଣ୍ଟରଣ୍ଟେନ୍‌ କରିବେ ସୁନୀଲ୍‌

କପିଲ୍‌ଙ୍କ ସହ ପୁଣି ଦର୍ଶକଙ୍କୁ ଏଣ୍ଟରଣ୍ଟେନ୍‌ କରିବେ ସୁନୀଲ୍‌

ମୁମ୍ଵାଇ : ହାସ୍ୟ ଅଭିନେତା କପିଲ ଶର୍ମା । ଦର୍ଶକ ତାଙ୍କ ଶୋ ଦେଖିବାକୁ ଖୁବ୍‌ ଆଗ୍ରହୀ । ସୁନୀଲ ଗ୍ରୋଭରଙ୍କ ପ୍ରଶଂସକମାନେ ଏହି ଯୋଡିଙ୍କୁ ଏକାଠି ଦେଖିବା ପାଇଁ ବହୁତ ସମୟ ଅପେକ୍ଷା କରିଥିଲେ । ଶେଷରେ ବର୍ତ୍ତମାନ ଦର୍ଶକଙ୍କ ଏହି ଅପେକ୍ଷା ସମାପ୍ତ ହୋଇଛି। ଗୁଥୀ ଫେମ୍‌ ସୁନୀଲ ଗ୍ରୋଭର ଏବଂ କପିଲ ଶର୍ମା ତାଙ୍କ ପୁରା ଟିମ୍‌ ସହିତ ଏକ ନୂଆ ସୋ’ରେ ପୁଣି ଥରେ ଆସିବାକୁ ପ୍ରସ୍ତୁତ ଅଛନ୍ତି।

କପିଲ ଶର୍ମା ଦୀର୍ଘ ସମୟ ଧରି ଛୋଟ ପରଦାରେ ଦର୍ଶକଙ୍କୁ ମନୋରଞ୍ଜନ କରିଆସୁଥିଲେ । ନିକଟରେ କପିଲ କହୁଥିଲେ- ‘ଘର ବଦଳିଛି, ପରିବାର ନୁହେଁ’। ସେତେବେଳେ ପ୍ରଶଂସକମାନେ ଅଧିକ କିଛି ବୁଝି ପାରିନଥିଲେ, କିନ୍ତୁ ବର୍ତ୍ତମାନ ସାମ୍ନାକୁ ଖବର ଆସିଛି ଯେ କପିଲ ବର୍ତ୍ତମାନ ଦର୍ଶକଙ୍କ ପାଇଁ ଏକ ବଡ଼ ସରପ୍ରାଇଜ୍‌ ଆଣିଛନ୍ତି। ଏବେ ପୁଣି ଥରେ କପିଲ ଏବଂ ସୁନୀଲଙ୍କୁ ଏକାଠି ଦେଖିବାକୁ ମିଳିବ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking