30.1 C
Bhubaneswar
Monday, June 17, 2024
Homeଓଡିଶାଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ଭୁବନେଶ୍ୱର ଓ ଫୁଲନଖରା କ୍ୟାମ୍ପସରେ ବିଶ୍ୱ ସିଜୋଫ୍ରେନିଆ ଦିବସ ପାଳିତ

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ଭୁବନେଶ୍ୱର ଓ ଫୁଲନଖରା କ୍ୟାମ୍ପସରେ ବିଶ୍ୱ ସିଜୋଫ୍ରେନିଆ ଦିବସ ପାଳିତ

ଭୁବନେଶ୍ୱର, : ଶତ୍ତ୍ୱିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲର ମାନସିକ ବିଭାଗ ତରଫରୁ ବିଶ୍ୱ ସିଜୋଫ୍ରେନିଆ ଦିବସ ପାଳିତ ହୋଇଯାଇଛି ।
ଶୁକ୍ରବାର ସକାଳେ ଏହି ଅବସରରେ ଏକ ସଚେତନା ର‌୍ୟାଲି ଆୟୋଜନ କରାଯାଇଥିଲା । ଦ୍ୱିତୀୟାର୍ଦ୍ଧରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସିଜୋଫ୍ରେନିଆ ପରି ମାନସିକ ବ୍ୟାଧି ସହିତ ଲଢିବା ପାଇଁ ସମସ୍ତଙ୍କର ସାମାଜିକ ଦାୟିତ୍ୱବୋଧ ରହିଛି ବୋଲି କହିଥିଲେ ।
ସେହିପରି ମୁଖ୍ୟବକ୍ତା ଭାବେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡେଂଟ (ଇନ୍‌ଚାର୍ଜ) ପ୍ରଫେସର (ଡାକ୍ତର) ରଚିତା ଷଡଙ୍ଗୀ ଏହି ରୋଗ ସହିତ ଜଡିତ ଅନ୍ଧବିଶ୍ୱାସ ତଥା ସାଧାରଣ ଜନତାଙ୍କ ମନରେ ଥିବା ରୋଗ ସମ୍ବନ୍ଧୀୟ ଭ୍ରାନ୍ତ ଧାରଣାକୁ ଦୂର କରିବା ପାଇଁ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମରେ ଇଣ୍ଡିଆନ୍ ସାଇକିଆଟ୍ରିକ୍ ସୋସାଇଟିର ଜେନେରାଲ୍ ସେକ୍ରେଟାରୀ ପ୍ରଫେସର (ଡାକ୍ତର) ଅମ୍ରିତ ପଟ୍ଟଯୋଶୀ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ସାଇକିଆଟ୍ରି ବିଭାଗକୁ ପ୍ରଶଂସା କରି ଏହା ପୂର୍ବ ଭାରତର ଅନ୍ୟତମ ଶ୍ରେଷ୍ଠ ମାନସିକ ଚିକିତ୍ସା ବିଭାଗ ବୋଲି ମତ ରଖିଥିଲେ ।
ଇଣ୍ଡିଆନ୍ ସାଇକିଆଟ୍ରିକ୍ ସୋସାଇଟି (ଓଡିଶା ରାଜ୍ୟ ଶାଖା)ର ସଭାପତି ପ୍ରଫେସର (ଡାକ୍ତର) ରଜନୀକାନ୍ତ ଶୁକ୍ଳା ତଥା ଜେନେରାଲ୍ ସେକ୍ରେଟାରୀ ଡାକ୍ତର ଦେବଦତା ମହାପାତ୍ର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସିଜୋଫ୍ରେନିଆ ଜନିତ ସାମାଜିକ ଦାୟିତ୍ୱବୋଧ ସମ୍ବନ୍ଧରେ ଆଲୋକପାତ କରିଥିଲେ ।
ମାନସିକ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର (ଡାକ୍ତର) ସୁରଜିତ ସାହୁ କହିଥିଲେ ଯେ ସମ୍ ହସ୍ପିଟାଲ୍‌ର ମାନସିକ ରୋଗ ବିଭାଗ ନିରନ୍ତର ଭାବରେ ସାଧାରଣ ଜନତାଙ୍କ ପାଇଁ ଉନ୍ନତରୁ ଉନ୍ନତ ଚିକିତ୍ସା ବ୍ୟବସ୍ଥା ଉପଲବ୍ଧ କରି ଲୋକଙ୍କ ମନରେ ଭରସା ଯୋଗାଇ ପାରିଛି । ପ୍ରଫେସର (ଡାକ୍ତର) ଶୁଭେନ୍ଦୁ ନାରାୟଣ ମିଶ୍ର ମାନସିକ ରୋଗ ଓ ତା’ର ଚିକିତ୍ସା କ୍ଷେତ୍ରରେ ନୂତନ ବୈଷୟିକ ବିଦ୍ୟା ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଆଣିବ ବୋଲି ପ୍ରକାଶ କରିଥିଲେ ।
ଡାକ୍ତର ରାକେଶ ମହାନ୍ତି, ଡାକ୍ତର ସୌମ୍ୟରଂଜନ ଦାଶ, ଡାକ୍ତର ଜିତେନ୍ଦ୍ରୀୟ ବିଶ୍ୱାଳ ଓ ସୁଶ୍ରୀ ମନିଷା ପଟ୍ଟନାୟକ ସିଜୋଫ୍ରେନିଆ ରୋଗର ବିଭିନ୍ନ ଦିଗ ଓ ତା’ର ସାମାଜିକ ଦୃଷ୍ଟିକୋଣ ବିଷୟରେ ଆଲୋଚନା କରିଥିଲେ ।
କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ନର୍ସିଂ ସୁପରିଟେଣ୍ଡେଂଟ ଶ୍ରୀମତି ମିନତି ମିଶ୍ର ଏହି କ୍ଷେତ୍ରରେ ନର୍ସିଂ କର୍ମୀଙ୍କ ଯୋଗଦାନ ବିଷୟରେ କହିଥିଲେ । ଏହି ସଚେତନତା କାଯ୍ୟକ୍ରମରେ ସାଇକିଆଟ୍ରି ବିଭାଗର ଡାକ୍ତର ସ୍ନେହାଂଶୁ ଦେ, ଡାକ୍ତର ଅମୀୟ କୃଷ୍ଣ ସାହୁ , ଡାକ୍ତର ଲଗ୍ନଜିତ ଦାଶ, ଡାକ୍ତର ହିରଣ୍ମୟ ମହାପାତ୍ର, ଡାକ୍ତର କିର୍ତୀ ଅନୁରାଗ, ଡାକ୍ତର ନିର୍ଲୀପ୍ତ ଦାଶ ଓ ଡାକ୍ତର ରୂପେଶ ସେନାପତି ଉପସ୍ଥିତ ଥିଲେ । ପିଜି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସଚେତନତା ସୃଷ୍ଟି ନିମନ୍ତେ ପରିବେଷିତ ନାଟକ ଏହି କାର୍ଯ୍ୟକ୍ରମରେ ଖୁବ୍ ଆଦୃତ ହୋଇଥିଲା । ଡାକ୍ତର ଲଗ୍ନଜୀତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।
ସେହିପରି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଫୁଲନଖରା କ୍ୟାମ୍ପସ୍‌ରେ ମଧ୍ୟ ଶୁକ୍ରବାର ବିଶ୍ୱ ସିଜୋଫ୍ରେନିଆ ଦିବସ ପାଳିତ ହୋଇଯାଇଛି ।
ଏହି ଦିବସ ପାଳନ ଅବସରରେ ଫୁଲନଖରା କ୍ୟାମ୍ପସରେ ସିଜୋଫ୍ରେନିଆ ରୋଗ ବିଷୟରେ ଜନସଚେତନତା ସୃଷ୍ଟି କରିବା ନିମନ୍ତେ ଏକ ସାଧାରଣ ସଭା ଆୟୋଜନ କରାଯାଇଥିଲା । କ୍ୟାମ୍ପସ୍‌ର ଡିନ୍ ତଥା ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଅରକ୍ଷିତ ସ୍ୱାଇଁଙ୍କ ତତ୍ୱାବଧାନରେ ଏହି ସଭା ଆୟୋଜନ କରାଯାଇଥିଲା । ଏଥିରେ ମାନସିକ ରୋଗ ବିଭାଗର ଆସିଷ୍ଟାଂଟ ପ୍ରଫେସର ଡାକ୍ତର ଅଭିଷେକ ସାମଲ୍‌, ଡାକ୍ତର ସାଇ ପ୍ରସାଦ ରାୟ, ଡାକ୍ତର ସୁଜାତା ସାହୁ, ଡାକ୍ତର ସୁଚରିତା ମିଶ୍ର ଏବଂ ସିନିୟର ରେସିଡେଂଟ ଡାକ୍ତର ସୁମାଇଲା ଆସିଫ ପ୍ରମୁଖ ଯୋଗ ଦେଇ ସିଜୋଫ୍ରେନିଆ ଦିବସର ଉଦ୍ଦେଶ୍ୟ, ରୋଗର ଲକ୍ଷଣ ଓ ଚିକିତ୍ସା ପଦ୍ଧତି ସମ୍ପର୍କରେ ଅବଗତ କରାଇଥିଲେ ।
ଏହି ସଭାରେ ସିଜୋଫ୍ରେନିଆ ରୋଗୀ ଓ ସେମାନଙ୍କ ପରିବାର ପ୍ରତି ଥିବା ସହଯୋଗର ପ୍ରତୀକ ରୂପେ ଡାକ୍ତରଖାନାର ସମସ୍ତ ଡାକ୍ତର ଓ କର୍ମଚାରୀମାନେ ସିଲ୍‌ଭର ରିବନ୍ ପରିଧାନ କରିବା ସହ ସମସ୍ତଙ୍କୁ ସିଜୋଫ୍ରେନିଆ ରୋଗ ଉପରେ ଥିବା ସୂଚନା ପତ୍ର (ଇନ୍‌ଫର୍ମେସନ୍ ଲିଫ୍‌ଲେଟ୍‌) ବଂଟନ କରିଥିଲେ । ଏହି ରୋଗରେ ଆକ୍ରାନ୍ତ ହୋଇଥିବା ରୋଗୀ ମାନସିକ ବିଶେଷଜ୍ଞଙ୍କ ପରାମର୍ଶ ନେଇ ଚିକିତ୍ସା କରାଇବା ଆବଶ୍ୟକ ବୋଲି ଡାକ୍ତରମାନେ ମତ ବ୍ୟକ୍ତ କରିଥିଲେ । ଏହି ସଭାରେ କ୍ୟାମ୍ପସ୍‌ର ସମସ୍ତ ଡାକ୍ତର, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking