36.1 C
Bhubaneswar
Sunday, May 19, 2024
Homeଅପରାଧଜ୍ୟାକଲିନଙ୍କୁ ଭାଲେଣ୍ଟାଇନ ଡେ’ ୱିସ କଲା ମହାଠକ; ଜାଣନ୍ତୁ କ’ଣ କହିଲା ସୁକେଶ

ଜ୍ୟାକଲିନଙ୍କୁ ଭାଲେଣ୍ଟାଇନ ଡେ’ ୱିସ କଲା ମହାଠକ; ଜାଣନ୍ତୁ କ’ଣ କହିଲା ସୁକେଶ

ନୂଆଦିଲ୍ଲୀ: ଆଜି ଭାଲେଣ୍ଟାଇନ ଡେ’ । ପ୍ରେମୀ ଯୁଗଳଙ୍କ ପାଇଁ ଏହି ଦିନ ଖୁବ ସ୍ପେଶାଲ । ତେବେ ଏହି ଦିନକୁ କେମିତି ଭୁଲିଯିବ ମହାଠକ ସୁକେଶ ଚନ୍ଦ୍ରଶେଖର । ପ୍ରେମ ଦିବସରେ ନିଜ ପ୍ରେମିକା ତଥା ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡେଜଙ୍କୁ ୱିସ କରିଛି ସୁକେଶ । ଜ୍ୟାକଲିନଙ୍କୁ ସେ ହାପି ଭାଲେଣ୍ଟାଇନ ଡେ’ ବାର୍ତ୍ତା ପଠାଇଥିବା ଜାଣିବାକୁ ମିଳିଛି ।

କୋର୍ଟରେ ହାଜର ହେବା ବେଳେ ସୁକେଶକୁ ଜ୍ୟାକଲିନଙ୍କ ବିୟେରେ ପ୍ରଶ୍ନ କରିଥିଲେ ଗଣମାଧ୍ୟମ ପ୍ରତିନିଧି । ଏହି ସମୟରେ ଭାଲେଣ୍ଟାଇନ ଡେ’କୁ ନେଇ ଏକ ସ୍ୱତନ୍ତ୍ର ମେସେଜ ଦେଇଥିଲା ସୁକେଶ । ସେ କହିଥିଲା ଯେ, ମୋ ବିଷୟରେ ଏମିତି କହିବାର କାରଣ ରହିଛି ଜ୍ୟାକଲିନଙ୍କ ପାଖରେ । ଏହାପରେ ସେ ଜ୍ୟାକଲିନ ଏବଂ ପରିବାରକୁ ହାପି ଭାଲେଣ୍ଟାଇନ ଡେ’ ୱିସ କରିଛି ସୁକେଶ ଚନ୍ଦ୍ରଶେଖର ।

ମହାଠକ ସୁକେଶ ଚନ୍ଦ୍ରଶେଖର ନାଁରେ ସାଂଘାତିକ ଅଭିଯୋଗ ଆଣିଥିଲେ ଜ୍ୟାକଲିନ । ତାଙ୍କ ଜୀବନକୁ ନଷ୍ଟ କରିଥିବା ନେଇ ସେ ଖୋଲାଖୋଲି ଭାବେ ପ୍ରତିକ୍ରିୟା ରଖିଥିଲେ । ଜାନୁୟାରୀ ୧୮ ତାରିଖରେ ପଟିଆଲା କୋର୍ଟରେ ସୁକେଶ ବିରୋଧରେ ଏମିତି ଏକ ଅଭିଯୋଗ ଲଗାଇଥିଲେ ଜ୍ୟାକଲିନ । ଏହାପରେ ବି ସବୁ କିଛି ଭୁଲି ସେ ଭାଲେଣ୍ଟାଇନ ଡେ’ରେ ଜ୍ୟାକଲିନଙ୍କୁ ଶୁଭେଚ୍ଛା ଜଣାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking