30.1 C
Bhubaneswar
Saturday, September 21, 2024
Homeଓଡିଶାମାନସିକ ଅବସାଦ ଓ କଳହରୁ ବଢ଼ୁଛି ଆତ୍ମହତ୍ୟା; ପ୍ରତି ୩ ଦିନରେ ଯାଉଛି ଜଣଙ୍କ ଜୀବନ

ମାନସିକ ଅବସାଦ ଓ କଳହରୁ ବଢ଼ୁଛି ଆତ୍ମହତ୍ୟା; ପ୍ରତି ୩ ଦିନରେ ଯାଉଛି ଜଣଙ୍କ ଜୀବନ

ରାଉରକେଲା : ପାରିବାରିକ କଳହ, ମାନସିକ ଅବସାଦ ହେଉ ଅବା ଅନ୍ୟ କାରଣରୁ ଦିନକୁ ଦିନ ଆତ୍ମହତ୍ୟା ସଂଖ୍ୟା ବଢ଼ୁଛି। ମହିଳା, ପୁରୁଷ, ଯୁବକଯୁବତୀ ଓ ଛାତ୍ରଛାତ୍ରୀମାନେ ଏଭଳି ଚରମ ନିଷ୍ପତ୍ତି ନେବାକୁ ପଛାଉ ନାହାନ୍ତି। ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ଆତ୍ମହତ୍ୟା ସଂଖ୍ୟା ମଧ୍ୟ କିଛି କମ୍‌ ନୁହେଁ। ସୁନ୍ଦରଗଡ଼ରେ କେବଳ ରାଉରକେଲା ପୁଲିସ ଜିଲ୍ଲାରେ ଗତ ୬୭ ମାସ (୨୦୧୮ରୁ ୨୦୨୩ ଜୁନ୍‌) ମଧ୍ୟରେ ୮୧୫ଜଣ ଆତ୍ମହତ୍ୟା କରିଛନ୍ତି। ଅର୍ଥାତ୍‌ ତିନି ଦିନରେ ହାରାହାରି ଜଣେ ଆତ୍ମହତ୍ୟା କରୁଛନ୍ତି। ଏମାନଙ୍କ ମଧ୍ୟରେ ପ୍ରାୟ ୬୦% ହେଉଛନ୍ତି ପୁରୁଷ। ଅବଶିଷ୍ଟ ୪୦% ହେଉଛନ୍ତି ମହିଳା ଓ ଛାତ୍ରଛାତ୍ରୀ। ପୁଲିସ ମୁଖ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ ରାଉରକେଲା ପୁଲିସ ଜିଲ୍ଲାରେ ଗତ ୨୦୧୮ରେ ୧୭୪,‌ ୨୦୧୯ରେ ୧୪୨, ୨୦୨୦ରେ ୧୬୨, ୨୦୨୧ରେ ୧୧୭, ୨୦୨୨ରେ ୧୩୧ ଓ ୨୦୨୩ ଜୁନ୍‌ ଶେଷ ସୁଦ୍ଧା ୮୯ ଏମିତି ମୋଟ ୬୭୬ ଆତ୍ମହତ୍ୟା ମାମଲା ରୁଜୁ ହୋଇଛି।୨୦୧୮ରେ ମୋଟ ୧୭୪ ଜଣ ଆତ୍ମହତ୍ୟା କରିଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ୧୧୩ ପୁରୁଷ ଓ ୬୧ ମହିଳା। ୨୦୧୯ରେ ୯୬ ପୁରୁଷ, ୪୬ ମହିଳା ଏମିତି ମୋଟ ୧୪୨ ଜଣଙ୍କର ଜୀବନ ଯାଇଛି। ୨୦୨୦ରେ ଏହି ସଂଖ୍ୟା ପୂର୍ବ ବର୍ଷ ତୁଳନାରେ ବୃଦ୍ଧି ପାଇଛି। ୧୦୯ ଜଣ ପୁରୁଷ, ୫୩ ମହିଳା ଏମିତି ମୋଟ ୧୬୨ ଜଣ ଆତ୍ମହତ୍ୟା କରିଛନ୍ତି। ୨୦୨୧ରେ ୧୧୭ ଜଣ ଆତ୍ମହତ୍ୟା କରିଛନ୍ତି। ଏମାନଙ୍କ ମଧ୍ୟରେ ରହିଛନ୍ତି ୫୮ ପୁରୁଷ ଓ ୫୯ ମହିଳା। ୨୦୨୨ ଓ ୨୦୨୩ ଜୁଲାଇ ସୁଦ୍ଧା ଯେତିକି ଆତ୍ମହତ୍ୟା କରିଛନ୍ତି, ତା’ର ୬୦%ରୁ ଅଧିକ ହେଉଛନ୍ତି ପୁରୁଷ। ୨୦୧୮ରେ ଲାଠିକଟାରେ ୧୫ଟି, ୨୦୧୯ରେ ୧୦ଟି, ୨୦୨୦ରେ ୧୮ଟି ଏବଂ ୨୦୨୧ରେ ୧୭ଟି ଆତ୍ମହତ୍ୟା ମାମଲା ରୁଜୁ ହୋଇଛି। ବ୍ରାହ୍ମଣୀତରଙ୍ଗ ୨୦୧୮ରେ ୧୨, ୨୦୧୯ରେ ୧୦ଟି, ୨୦୨୦ରେ ସର୍ବାଧିକ ୨୩ଟି , ୨୦୨୧ରେ ୧୪ , ୨୦୨୨ରେ ୩୧ ଓ ୨୦୨୩ ଜୁଲାଇ ସୁଦ୍ଧା ୧୯ ଜଣ ଆତ୍ମହ୍ୟା କରିଛନ୍ତି। ପ୍ଲାଣ୍ଟସାଇଟ୍‌ ଥାନାରେ ଗତ ୨୦୧୮ରେ ବିଭିନ୍ନ କାରଣରୁ ୧୮ଜଣ ଆତ୍ମହତ୍ୟା କରିଛନ୍ତି। ୨୦୧୯ରେ ଏହି ସଂଖ୍ୟା ଥିଲା ୧୪। ୨୦୨୦ରେ ୧୩ , ୨୦୨୧ରେ ୭, ୨୦୨୨ରେ ୧୦ ଓ ୨୦୨୨ ଜୁଲାଇ ସୁଦ୍ଧା ୪ ଜଣ ଆତ୍ମହତ୍ୟା କରିଛନ୍ତି। ବିଶ୍ରା ଥାନାରେ ୨୦୧୮ରେ ୧୧, ୨୦୧୯ରେ ୭, ୨୦୨୦ରେ ୧୦ ,୨୦୨୧ରେ ୬, ୨୦୨୨ରେ ୧୧ ଓ ୨୦୨୩ ଜୁଲାଇ ସୁଦ୍ଧା ୪ ଜଣ ଆତ୍ମହତ୍ୟା କରିଛନ୍ତି। ଲହୁଣିପଡା ଥାନାରେ ୨୦୧୮ରେ ୯, ୨୦୧୯ରେ ୧୦, ୨୦୨୦ ଓ ୨୦୨୧ରେ ୭ଟି ଲେଖାଏଁ, ୨୦୨୨ରେ ୧୦ ଓ ୨୦୨୩ ଜୁଲାଇ ସୁଦ୍ଧା ୬ ଜଣ ଆତ୍ମହତୃା କରିଛନ୍ତି। ସେକ୍ଟର -୭ ଥାନାରେ ୨୦୧୮ରେ ୯ଟି ମାମଲା ରୁଜୁ ହୋଇଥିଲାବେଳେ ୨୦୧୯ ଓ ୨୦୨୧ରେ ୭ଟି ଲେଖାଏଁ , ୨୦୨୦ରେ ୫ଟି, ୨୦୨୧ରେ ୧୧, ୨୦୨୩ ଜୁଲାଇ ସୁଦ୍ଧା ୪ ମାମଲା ରୁଜୁ ହୋଇଛି। ଅନୁରୂପ ଭାବେ ଉଦିତନଗର ଥାନାରେ ୨୦୨୧ରେ ୧୫, ୨୦୨୨ରେ ୧୧ ଓ ୨୦୨୩ ସୁଦ୍ଧା ୭ଟି ଆତ୍ମହତ୍ୟା ମାମଲା ରୁଜୁ ହୋଇଛି। ପ୍ଲାଣ୍ଟସାଇଟ୍‌ ଥାନାରେ ୨୦୨୧ ଓ ୨୦୨୨ରେ ୧୦ ଜଣ ଲେଖାଏଁ ଆତ୍ମହତ୍ୟା କରିଥିବାବେଳେ ୨୦୨୩ ଜୁଲାଇ ସୁଦ୍ଧା ୪ଟି ଆତ୍ମହତ୍ୟା ମାମଲା ରୁଜୁ ହୋଇଛି। ସେମିତି ଟାଙ୍ଗରପାଲି, କେ. ବଲାଙ୍ଗ, ଖଣି ଅଞ୍ଚଳ କୋଇଡ଼ାରେ ମଧ୍ୟ ଆତ୍ମହତ୍ୟା ମାମଲା ସଂଖ୍ୟା ମଧ୍ୟ କିଛି କମ୍‌ ନୁହେଁ।

ରାଉରକେଲା ପୁଲିସ ଜିଲ୍ଲାର ୬୭ ମାସରେ ଆତ୍ମହତ୍ୟା ସ୍ଥିତି
ବର୍ଷ ଆତ୍ମହତ୍ୟା
୨୦୧୮ ୧୭୪
୨୦୧୯ ୧୪୨
୨୦୨୦ ୧୬୨
୨୦୨୧ ୧୧୭
୨୦୨୨ ୧୩୧
୨୦୨୩ ୮୯
(ଜୁନ୍‌ ସୁଦ୍ଧା)
ମୋଟ ୮୧୫

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking