27.1 C
Bhubaneswar
Friday, August 22, 2025
Homeଓଡିଶାପାରିବାରିକ କଳହକୁ ନେଇ ଆତ୍ମହତ୍ୟା ଘଟଣା: ସ୍ୱାମୀ ଓ ଶ୍ୱଶୁର ଗିରଫ

ପାରିବାରିକ କଳହକୁ ନେଇ ଆତ୍ମହତ୍ୟା ଘଟଣା: ସ୍ୱାମୀ ଓ ଶ୍ୱଶୁର ଗିରଫ

ବାଲେଶ୍ୱର: ସୋର ଥାନା ମଣିପୁର ପଞ୍ଚାୟତ ଛତରା ବାଘମରା ଗ୍ରାମର ଜଣେ ମହିଳା ବେକରେ ଶାଢ଼ୀ ବାନ୍ଧି ଆତ୍ମହତ୍ୟା କରିଥିବା ବେଳେ ତାଙ୍କ ବାପଘର ଲୋକେ ତାଙ୍କୁ ହତ୍ୟା କରିଥିବା ନେଇ ସୋର ଥାନାରେ ଅଭିଯୋଗ କରିଥିଲେ । ଏନେଇ ପୁଲିସ ସ୍ୱାମୀ ଓ ଶ୍ୱଶୁରଙ୍କୁ ଗିରଫ କରିଛି । ଅଭିଯୋଗ ମୁତାବକ ଗ୍ରାମର ଭରତ ଗିରୀଙ୍କ ସହିତ ବାହାନଗା ବ୍ଲକ ଆରୁହାବାଡ଼ ପଞ୍ଚାୟତ ଦୋଳପୁର ଗ୍ରାମର ସୁଲୋଚନା ଦାସଙ୍କ ସହିତ ୫ ବର୍ଷ ତଳେ ବିବାହ ହୋଇଥିଲା ।

ଅନେକ ସମୟରେ ଉଭୟଙ୍କ ମଧ୍ୟରେ ପାରିବାରିକ କଳହ ପରେ ଭଦ୍ରଲୋକଙ୍କ ଉପସ୍ଥିତିରେ ସମାଧାନ କରାଯାଇଥାଏ । ଗତ ଶନିବାର ବିଳମ୍ବିତ ରାତିରେ ସୁଲୋଚନା ଶୋଉଥିବା ଘର ଗଡା଼ଣରେ ଶାଢ଼ୀ ଲଗାଇ ଆତ୍ମହତ୍ୟା କରିଥିଲେ । ଏନେଇ ତାଙ୍କ ବାପ ଘରକୁ ଖବର ଦିଆଯାଇଥିଲା । ପରେ ବାପଘର ଲୋକେ ଘଟଣାସ୍ଥଳରେ ପହଞ୍ଚି ଝିଅର ମୁହଁ ଓ ନାକ ଛିଡିଯାଇଥିବାରୁ ତାଙ୍କୁ ମାଡ଼ ମାରି ହତ୍ୟା କରାଯାଇଥିବା ସନ୍ଦେହ କରିଥିଲେ । ପରେ ସୋର ପୁଲସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ସୋର ମେଡ଼ିକାଲରେ ବ୍ୟବଚ୍ଛେଦ କରାଇଥିଲା ।

ଏହି ମଧ୍ୟରେ ସୁଲୋଚନାଙ୍କ ଭାଇ ତାଙ୍କୁ ହତ୍ୟା କରାଯାଇଥିବା ନେଇ ସୋର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସୋର ପୁଲିସ ୧୨୩/୨୩ରେ ଏକ ମାମଲା ରୁଜୁ କରି ସୁଲୋଚନାଙ୍କ ସ୍ୱାମୀ ଭରତ ଗିରି ଓ ଶଶୁର ରବୀନ୍ଦ୍ର ଗିରିକୁ ଅଟକ ରଖିଥିବା ବେଳେ ସୋମବାର ଅପରାହ୍ଣରେ ଉଭୟଙ୍କ ଡାକ୍ତରୀମାଇନା ପରେ କୋର୍ଟ ଚାଲାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking