18.1 C
Bhubaneswar
Sunday, January 19, 2025
Homeଦେଶ ବିଦେଶବଢୁଛି ଆତ୍ମହତ୍ୟା ମାମଲା; ସୁଇସାଇଡକୁ ବ୍ୟାନ କଲେ କିମ-ଜୋଙ୍ଗ-ଉନ

ବଢୁଛି ଆତ୍ମହତ୍ୟା ମାମଲା; ସୁଇସାଇଡକୁ ବ୍ୟାନ କଲେ କିମ-ଜୋଙ୍ଗ-ଉନ

ପୋଙ୍ଗୟାଙ୍ଗ: ନିଷ୍ଠୁର ଆଇନ ଓ ନୃଶଂସତାକୁ ନେଇ ଚର୍ଚ୍ଚାରେ ରହିଥାଏ ଉତ୍ତର କୋରିଆ ଓ ଏହାର ଶାସକ କିମ-ଜୋଙ୍ଗ-ଉନ । ଏବେ ଏହି ରାଷ୍ଟ୍ର ପୁଣି ଚର୍ଚ୍ଚାକୁ ଆସିଛି । ଦେଶରେ ଆତ୍ମହତ୍ୟା ସଂଖ୍ୟା ବୃଦ୍ଧି ପାଉଥିବାରୁ ସୁଇସାଇଡ ଉପରେ ବ୍ୟାନ ଲଗାଇଛନ୍ତି ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ । ଏ ନେଇ ସେ ସମସ୍ତ ସ୍ଥାନୀୟ ପ୍ରଶାସନକୁ ଗୁପ୍ତ ନିର୍ଦ୍ଦେଶ ଜାରି କରିଥିବା ବେଳେ ନିଜର ଜୀବନ ନ ନେବା ଲାଗି ଦେଶବାସୀଙ୍କୁ ଆହ୍ୱାନ ମଧ୍ୟ ଦେଇଛନ୍ତି । ଉତ୍ତର କୋରିଆରେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଆତ୍ମହତ୍ୟା ହାର ୪୦ ପ୍ରତିଶତ ଅଧିକ ରହିଛି । ଗୋଟିଏ ପଟେ ଛୋଟ ଛୋଟ ଭୁଲ ଲାଗି ନିଷ୍ଠୁର ଦଣ୍ଡ ଦେଉଥିବା କିମ-ଜୋଙ୍ଗ ଆତ୍ମହତ୍ୟା ହାର ବୃଦ୍ଧିକୁ ନେଇ ଚିନ୍ତିତ ହୋଇପଡ଼ିଛନ୍ତି । ଏଥିଲାଗି ସେ ଗୁପ୍ତ ନିର୍ଦ୍ଦେଶ ଜାରି କରିଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି ।

ଏକଛତ୍ରବାଦ ଶାସକ କିମ ଜୋଙ୍ଗ ଉନଙ୍କ ଭାଷାରେ ଆତ୍ମହତ୍ୟା ହେଉଛି ‘ସମାଜବାଦ ବିରୁଦ୍ଧରେ ଦେଶଦ୍ରୋହର କାର୍ଯ୍ୟ’ । ତେବେ ଦେଶବାସୀଙ୍କୁ ଆତ୍ମହତ୍ୟା କରିବାରୁ ସ୍ଥାନୀୟ ପ୍ରଶାସନ ଅଟକାଇ ପାରୁନଥିବାରୁ ସେମାନଙ୍କ ଉପରେ ମଧ୍ୟ ବର୍ଷିଛନ୍ତି ସେ । ଏନେଇ ଅନ୍ତର୍ଜାତୀୟ ଖବର ସଂସ୍ଥା ରେଡିଓ ଫ୍ରି ଏସିଆ ପକ୍ଷରୁ କୁହାଯାଇଛି । ଉତ୍ତର କୋରିଆର ସରକାରୀ ଅଧିକାରୀଙ୍କ କହିବା ଅନୁସାରେ ଯେଉଁମାନେ ଆତ୍ମହତ୍ୟା କରିଛନ୍ତି ସେମାନଙ୍କ ନିକଟରୁ ସୁଇସାଇଡ ନୋଟ ମଧ୍ୟ ଜବତ କରାଯାଇଛି । ସେମାନେ ସୁଇସାଇଡ ନୋଟରେ ଦେଶର ଶାସନ ବ୍ୟବସ୍ଥା ଓ ସାମାଜିକ ବ୍ୟବସ୍ଥାକୁ ସମାଲୋଚନା କରିଛନ୍ତି । ଅନ୍ୟପଟେ ଉତ୍ତର କୋରିଆର ଆର୍ôଥକ ସ୍ଥିତି ସ୍ୱଚ୍ଛଳ ନଥିବା ବେଳେ କିଛି ଦେଶବାସୀ ଦାରିଦ୍ର‌୍ୟତା ଏ ଖାଦ୍ୟ ଅଭାବ କାରଣରୁ ଆତ୍ମହତ୍ୟା କରିଥିବା ସୁଇସାଇଡ ନୋଟରେ ଉଲ୍ଲେଖ କରିଛନ୍ତି । ଦେଶରେ ଆତ୍ମହତ୍ୟା ସଂଖ୍ୟାକୁ ହ୍ରାସ କରିବା ଲାଗି ସରକାରୀ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ବୈଠକ କରାଯାଇ ଆଲୋଚନା କରାଯାଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରିପାରିନଥିବା ମଧ୍ୟ ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking