28.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶପୋଲିସ ମୁଖ୍ୟାଳୟରେ ଆତ୍ମଘାତୀ ହମଲା : ୯ ମୃତ, ୧୮ ଆହତ

ପୋଲିସ ମୁଖ୍ୟାଳୟରେ ଆତ୍ମଘାତୀ ହମଲା : ୯ ମୃତ, ୧୮ ଆହତ

ଇସ୍‌ଲାମ୍‌ବାଦ୍‌: ଆତଙ୍କବାଦୀ ଆକ୍ରମଣରେ ଥରିଲା ପାକିସ୍ତାନର କରାଚି । ପୋଲିସ ମୁଖ୍ୟାଳୟରେ ଆତ୍ମଘାତୀ ହମଲା । ଆଖିବୁଜା ଫାୟାରିଂ । ଆତଙ୍କବାଦୀ ଆକ୍ରମଣରେ ୯ ଜଣଙ୍କର ମୃତ୍ୟୁ ହୋଇଛି । ଏମାନଙ୍କ ଭିତରେ ଅଛନ୍ତି ୫ ଜଣ ଆତଙ୍କୀ । ଆହତ ହୋଇଛନ୍ତି ୧୮ ଜଣ । ପାଖାପାଖି ଚାରି ଘଣ୍ଟା ଧରି ଚାଲିଥିଲା ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ଗୁଳି ବିନିମୟ । ଗତକାଲି ପୋଲିସ୍‌ ମୁଖ୍ୟାଳୟରେ ପଶି ଆଖିବୁଜା ଫାୟାରିଂ କରିଥିଲେ ଆତଙ୍କବାଦୀ । ଗୁଳିମାଡ଼ ସହ ବଡ଼ ଧରଣର ବିସ୍ଫୋରଣ କରିଥିଲେ । ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ପାକିସ୍ତାନୀ ତାଲିବାନ ଗ୍ରୁପ୍‌ । ତିନି ଜଣ ଆକ୍ରମଣକାରୀ ନିଜକୁ ଆତ୍ମଘାତୀ ବିସ୍ଫୋରଣରେ ଉଡ଼ାଇ ଦେଇଛି । ଆତଙ୍କବାଦୀମାନେ ହାଣ୍ଡ ଗ୍ରେନେଡ ଏବଂ ଅଟୋମାଟିକ ଗନ୍‌ରେ ଆକ୍ରମଣ କରିଥିଲେ । ଆତଙ୍କୀ ପୋଲିସ ଡ୍ରେସ ପିନ୍ଧି ଥିବାରୁ ସେମାନଙ୍କୁ ଠାବ କରିବା କଷ୍ଟ ହୋଇଥିଲା । ଗତକାଲି ସକାଳ ୭ଟା ୧୦ ମିନିଟରେ ଏହି ଆକ୍ରମଣ ହୋଇଥିଲା । ପୋଲିସ ମୁଖ୍ୟାଳୟର ପଛ ପଟରୁ କିଛି ଆତଙ୍କବାଦୀ ପଶିଥିବା ବେଳେ ମୁଖ୍ୟ ଫାଟକ ଦେଇ ପଶିଥିଲେ ଦୁଇ ଜଣ ସଶସ୍ତ୍ର ଆତଙ୍କୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking