32.1 C
Bhubaneswar
Friday, October 18, 2024
Homeଅପରାଧରିୟଲିଟି ସୋ ‘କୌନ ବନେଗା କରୋଡପତି’ ନାଁରେ ଠକେଇର ଶିକାର ହୋଇ ଆତ୍ମହତ୍ୟା 

ରିୟଲିଟି ସୋ ‘କୌନ ବନେଗା କରୋଡପତି’ ନାଁରେ ଠକେଇର ଶିକାର ହୋଇ ଆତ୍ମହତ୍ୟା 

କଳାହାଣ୍ଡି: ରିୟଲିଟି ସୋ ‘କୌନ ବନେଗା କରୋଡପତି’ ନାଁରେ ଠକେଇର ଶିକାର ହୋଇଛନ୍ତି ଜଣେ ଯୁବକ। ସୂଚନାନୁସାରେ, ଗତ ଜାନୁଆରି ୧୨ତାରିଖରେ ପ୍ରତାପଙ୍କ ପାଖକୁ ଏକ ଫୋନ କଲ୍ ଆସିବା ସହ କେବିସି ପକ୍ଷରୁ ୨୫ଲକ୍ଷ ଟଙ୍କା ଜିତିଥିବା ବିଷୟରେ କହିଥିଲା ଠକ ରାଣାପ୍ରତାପ। ହେଲେ ଟଙ୍କା ପାଇବା ପାଇଁ ୨୫,୦୦୦ଟଙ୍କା ଟିକସ ଭରିବାକୁ ହେବ ବୋଲି କହିବା ପରେ ପ୍ରତାପ ସାଙ୍ଗ ଓ ବନ୍ଧୁ ବାନ୍ଧବଙ୍କଠାରୁ ଋଣ ଆଣି ରାଣାପ୍ରତାପଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥିଲେ।ଏହା ପରେ ସେ ଆହୁରି ଟଙ୍କା ମାଗିବାରୁ ସର୍ବମୋଟ ୭୦,୦୦୦ଟଙ୍କା ଦେଇଥିଲେ ।
ଲୋକପ୍ରିୟ କୁଇଜ୍ ସୋ’ କେବିସି ନାଁରେ କଳାହାଣ୍ଡିର ଯୁବକଙ୍କଠାରୁ ଜଣେ ଦୁର୍ବୃତ୍ତ ୭୦ହଜାର ଟଙ୍କା ଠକିନେବା ପରେ ସେ ଆତ୍ମହତ୍ୟା କରିଛନ୍ତି। କୋଲକାତାରେ ରହୁଥିବା ଅଭିଯୁକ୍ତ ରାଣାପ୍ରତାପ ସିଂହ ଫୋନ ଉଠାଇ ନ ଥିଲା। କିଛି ଦିନ ଫୋନ କରିବା ପରେ ନ ଉଠାଇବାରୁ ନିରାଶ ହୋଇ ପ୍ରତାପ ଟିଟିଲାଗଡ଼ ରେଳ ଷ୍ଟେସନରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଆତ୍ମହତ୍ୟା ପୂର୍ବରୁ ପ୍ରତାପ ଏକ ଭିଡିଓ କରି ଠକ ରାଣାପ୍ରତାପକୁ ଗିରଫ କରିବା ପାଇଁ ଅନୁରୋଧ କରିଥିବା ଦେଖିବାକୁ ମିଳିଛି। ଟିଟିଲାଗଡ଼ ଜିଆରପି ପୁଲିସ ପ୍ରଥମେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରିବା ସହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। କିନ୍ତୁ ପରେ ଠକେଇ ମାମଲା ସାମ୍ନାକୁ ଆସିବାରୁ ପୁଲିସ କହିଛି, ଏ ନେଇ ପରିବାର ପକ୍ଷରୁ କୌଣସି ଲିଖିତ ଅଭିଯୋଗ ହୋଇନାହିଁ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking