ଯାଜପୁର : ଯାଜପୁର ପକ୍ଷରୁ ରାଜ୍ୟରେ ୧୪,୩୭୯ଟି ପ୍ରାଥମିକ ବିଦ୍ୟାଳୟ ଓ ୧୪ଟି ବିଇଡି କଲେଜ ବନ୍ଦ ବିରୁଦ୍ଧରେ ସାରା ରାଜ୍ୟରେ ପ୍ରତିବାଦ ଦିବସ ପାଳନ କରା ଯାଇଛି, ଏହି ପରିପ୍ରେକ୍ଷୀରେ ଯାଜପୁର ରୋଡ ଠାରେ ଏକ ପ୍ରତିବାଦ ଶୋଭାଯାତ୍ରା ଗୋପବନ୍ଧୁ ଛକରୁ ବାହାରି ବଜାର ପରିକ୍ରମା କଲାପରେ କଳିଙ୍ଗନଗର ଏଡିଏମଙ୍କ ଅଫିସ ସମ୍ମୁଖରେ ପହଂଚି ଥିଲା । ସେଠାରେ ଏସୟୁସିଆଇ ଓଡିଶା ରାଜ୍ୟ କମିଟି ସଭ୍ୟ କମ୍ରେଡ ବିଜୟାନନ୍ଦ ମଲ୍ଲିକଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇ ଥିଲା । ଏହି ପ୍ରତିବାଦ ସଭାରେ ଏସୟୁସିଆଇ (କମ୍ୟୁନିଷ୍ଟ )ରାଜ୍ୟ କମିଟି ସଭ୍ୟ କମ୍ରେଡ କେଦାରନାଥ ସାହୁ, ଦାନଗଦି ଆଞ୍ଚଳିକ କମିଟି ସମ୍ପାଦକ କମ୍ରେଡ ବିଜୟ ଜେନା, କୋରେଇ ଆଞ୍ଚଳିକ କମିଟି ସମ୍ପାଦକ କମ୍ରେଡ ମେଘନାଦ ମଲ୍ଲିକ, ଶରତ ଜେନା, ହୃଷିକେଶ ସିଂ, ରାଧାକାନ୍ତ ଜେନା, ମହେଶ୍ୱର ପୃଷ୍ଟି, ଅଲେଖ ମଲିକ, କାର୍ତ୍ତିକ ହାଲଦାର, ଗୋଲେଖ ସାହୁ ପ୍ରମୁଖ ରାଜ୍ୟ ସରକାରଙ୍କର ଶିକ୍ଷା ମକ୍ଷରଣ ନୀତିର ତୀବ୍ର ନିନ୍ଦା କରି ଥିଲେ । ବିକ୍ଷୋଭକାରୀଙ୍କ ପକ୍ଷରୁ କଳିଙ୍ଗନଗର ଏଡିଏମଙ୍କ ଜରିଆରେ ଏକ ଦାବୀ ପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା ।
.