23.1 C
Bhubaneswar
Wednesday, January 15, 2025
Homeଦେଶ ବିଦେଶଅଗ୍ନି-୫ର ସଫଳ ପରୀକ୍ଷଣ

ଅଗ୍ନି-୫ର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ:  ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆଜି ଆଉ ଏକ ବୃହତ୍ ଉପଲବ୍ଧି ହାସଲ କରିଛି । ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ ଡିଆରଡିଓ ପକ୍ଷରୁ ଆଜି ମିଶନ୍ ଦିବ୍ୟାସ୍ତ୍ର ଅନ୍ତର୍ଗତ ‘ଅଗ୍ନି-୫’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି । ଓଡ଼ିଶାର ବାଲେଶ୍ୱର ଜିଲ୍ଲାରେ ଥିବା ଇଣ୍ଟେରିମ୍ ଟେଷ୍ଟିଂ ରେଞ୍ଜ୍‌ରୁ ଏହି ଶକ୍ତିଶାଳୀ ଓ ଦୂରଗାମୀ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଥିଲା, ଯାହାକି ସଫଳ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଡିଆରଡିଓର ସମସ୍ତ ବୈଜ୍ଞାନିକ ତଥା କର୍ମଚାରୀଙ୍କୁ ସେମାନଙ୍କ ପରିଶ୍ରମ ପାଇଁ ଟ୍ୱିଟ୍ କରି ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି । ସୋମବାର ଟ୍ୱିଟ୍ କରି ମୋଦୀ ଲେଖିଛନ୍ତି, ମିଶନ ଦିବ୍ୟାସ୍ତ୍ର ପାଇଁ ଡିଆରଡିଓ ବୈଜ୍ଞାନିକଙ୍କ ଉପରେ ଆଜି ସାରା ଭାରତ ବର୍ଷ ବେଶ୍ ଗର୍ବିିତ । ସମ୍ପୂର୍ଣ୍ଣ ସ୍ୱଦେଶୀ ଏମ୍‌ଆଇଆର୍‌ଭି ଜ୍ଞାନକୌଶଳରେ ନିର୍ମିତ ହୋଇଥିବା ଏହି ଅଗ୍ନି-୫ କ୍ଷେପଣାସ୍ତ୍ର ଭାରତକୁ ସାମରିକ କ୍ଷେତ୍ରରେ ଅଧିକ ସଶକ୍ତ ଓ ବଳୀୟାନ୍ କରିବ ବୋଲି ମୋଦୀ ଉଲ୍ଳେଖ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଡିଆରଡିଓର ଏହି ଅଭୂତପୂର୍ବ ସଫଳତା ପାଇଁ ଶୁଭେଚ୍ଛା ବ୍ୟକ୍ତ କରିଛନ୍ତି । ପ୍ରକାଶ, ଅଗ୍ନି-୫ କ୍ଷେପଣାସ୍ତ୍ର ଏକ ବାଲିଷ୍ଟିକ୍ ମିସାଇଲ, ଯାହାର ଲକ୍ଷ୍ୟଭେଦ କ୍ଷମତା ୫ ହଜାର କିମି ପର୍ଯ୍ୟନ୍ତ ରହିଛି । ଅର୍ଥାତ୍ ପଡୋଶୀ ଶତ୍ରୁ ରାଷ୍ଟ୍ରଙ୍କ  ଅଧିକାଂଶ ସୀମାଞ୍ଚଳ ଅଗ୍ନି-୫ର ରାଡାର ମଧ୍ୟକୁ ଚାଲିଆସିଛି, ଯାହାକି ସେମାନଙ୍କ ପାଇଁ ଚିନ୍ତାର କାରଣ ସାଜିଛି । ଏହାକୁ ମଲ୍ଟିପଲ୍ ଇଣ୍ଡିପେଣ୍ଡେଣ୍ଟ ଟାର୍ଗେଟେବଲ୍ ରି-ଏଣ୍ଟ୍ରି ଭେଇକିଲ୍ (ଏମ୍‌ଆଇଆର୍‌ଭି) ଟେକ୍ନୋଲୋଜି ସହ ବିକଶିତ କରାଯାଇଛି । ଏହି ଟେକ୍ନୋଲୋଜି ମୁଖ୍ୟତଃ ଗୋଟିଏ ବାଲିଷ୍ଟିକ୍ ମିସାଇଲ୍‌କୁ ଏକାଧିକ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିନେବାର ଏବଂ ଏକ ସମୟରେ ବିଭିନ୍ନ ଅଞ୍ଚଳକୁ ଟାର୍ଗେଟ୍ କରିବାର ସାମର୍ଥ୍ୟ ପ୍ରଦାନ କରିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking