29.1 C
Bhubaneswar
Saturday, May 9, 2026
Homeଓଡିଶାସୁଭଦ୍ରା ମାର୍ଗଦର୍ଶିକାକୁ ସହରାଞ୍ଚଳରେ ଘରେ ଘରେ ପହଞ୍ଚାଇବାର ଉଦ୍ୟମ ପାଇଁ ନିର୍ଦ୍ଦେଶ

ସୁଭଦ୍ରା ମାର୍ଗଦର୍ଶିକାକୁ ସହରାଞ୍ଚଳରେ ଘରେ ଘରେ ପହଞ୍ଚାଇବାର ଉଦ୍ୟମ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର, : “ସୁଭଦ୍ରା” ଯୋଜନାକୁ ଘରେ ଘରେ ପହଞ୍ଚାଇବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଉଭୟ ରାଜ୍ୟ ଓ ଜିଲ୍ଲାସ୍ତରରେ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଛି। “ସୁଭଦ୍ରା” ଯୋଜନାର ମାର୍ଗଦର୍ଶିକା ଜାରି ହେବା ପରେ ପରେ ରାଜ୍ୟସାରା ଏହି ତାଲିମ କାର୍ଯ୍ୟକ୍ରମକୁ ବ୍ୟାପକ ଭାବରେ ଅନୁଷ୍ଠିତ କରାଯାଉଛି। ଏହି ତାଲିମ କାର୍ଯ୍ୟକ୍ରମକୁ ରାଜ୍ୟ ପ୍ରଶାସନରେ ଉଚ୍ଚସ୍ତରରୁ ଆରମ୍ଭ କରି ତୃଣମୂଳସ୍ତର ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଉଛି।

ଏହି କ୍ରମରେ ଆବେଦନକାରୀଙ୍କୁ ସଠିକ ସୂଚନା ପ୍ରଦାନ, ଆବେଦନ ପ୍ରକ୍ରିୟାକୁ ଠିକ ଭାବରେ ନିର୍ବାହ କରି ମାର୍ଗଦର୍ଶିକା ଅନୁସାରେ ସୁଭଦ୍ରା ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ ରାଜ୍ୟର ସମସ୍ତ ମହାନଗର ନିଗମର କମିଶନର ଓ ପୌର ପରିଷଦ ନିର୍ବାହୀ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି I ଶ୍ରୀମତୀ ପାଢୀ ଆଭାସୀରେ ଏନେଇ ବିସ୍ତୃତ ଆଲୋଚନା କରିବାସହିତ ଏହାକୁ ସହରାଞ୍ଚଳରେ ସଫଳତାର ସହ କାର୍ଯ୍ୟକାରୀ କରିବା ନିମନ୍ତେ ପରାମର୍ଶ ଦେଇଥିଲେ l ମହିଳା ଶିଶୁ ବିକାଶ ବିଭାଗ ତଥା ଆଇସିଡିଏସ ଓ ସମାଜ କଲ୍ୟାଣ ବିଭାଗର ନିର୍ଦ୍ଦେଶିକା ମୋନିଶା ବାନାର୍ଜୀ ବୈଠକରେ ଯୋଗଦେଇ ପୌର ଅଧିକାରୀ ମାନଙ୍କୁ “ସୁଭଦ୍ରା”ର ମାର୍ଗଦର୍ଶିକା ସମ୍ବନ୍ଧୀୟ ବିସ୍ତୃତ ସୂଚନାଦେଇଥିଲେ ।

ପ୍ରକାଶ ଥାଉକି ଓକାକ୍,କଲ ସେଣ୍ଟର(୧୪୬୭୮), ମୋ ସେବା କେନ୍ଦ୍ର ଓ ସାଧାରଣ ସେବା କେନ୍ଦ୍ରରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ମଧ୍ୟ ତାଲିମ ପ୍ରଦାନ କରାଯାଉଛି |

ସୁଭଦ୍ରା ମାର୍ଗଦର୍ଶିକା ଅନୁସାରେ ଯୋଗ୍ୟ ହିତାଧିକାରୀଙ୍କ ଚୟନ, ହିତାଧିକାରୀମାନେ କିପରି ସୁବିଧାରେ ଫର୍ମ ପାଇବେ, ଫର୍ମ ସଂଗ୍ରହ ଓ ବିତରଣ, ଫର୍ମ ପୂରଣ ପରେ ପଞ୍ଜୀକରଣ, ଆବେଦନକାରୀଙ୍କୁ ଚିହ୍ନଟ ପାଇଁ ଇ-କେୱାଇସି ଯାଞ୍ଚ, ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ଏହି ତାଲିମ କାର୍ଯ୍ୟକ୍ରମରେ ବୁଝାଯାଉଛି |

ଯୋଜନାର କାର୍ଯ୍ୟକରିତାକୁ ଭଲ ଭାବେ ବୁଝିବା ନିମନ୍ତେ ଏହି ତାଲିମ କାର୍ଯ୍ୟକ୍ରମକୁ ଏକାଧିକ ବାର ଅନୁଷ୍ଠିତ କରାଯାଉଛି | ଅଙ୍ଗନବାଡୀ କର୍ମୀ ଓ ସହାୟିକା, ଆଶା କର୍ମୀମାନଙ୍କ ଦ୍ଵାରା ଗାଁ ଗାଁ ଘରେ ଘରେ “ସୁଭଦ୍ରା” ଯୋଜନା ସମ୍ବନ୍ଧରେ ସଚେତନ କରାଯାଉଛି | ଖାରବେଳ ଭବନ ଠାରେ ଅନୁଷ୍ଠିତ ଉକ୍ତ ବୈଠକରେ ବିଭାଗୀୟ ସ୍ଵତନ୍ତ୍ର ଶାସନ ସଚିବ ରାଜେଶ ପ୍ରଭାକର ପାଟିଲଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀ ମାନେ ଉପସ୍ଥିତ ଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking