ଭୁବନେଶ୍ୱର: ସୁଭଦ୍ରା ଯୋଜନାକୁ ନେଇ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି । ୧୫୭ ପୁରୁଷ ସୁଭଦ୍ରା ପାଇଁ ଆବେଦନ କରିଛନ୍ତି । ଏନେଇ ଉପ – ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି । କହିଲେ, ଆଧାର କାର୍ଡର ଯେତେବେଳେ ବ୍ୟାଙ୍କ ଲିଙ୍କ ଡାଟା ଆସିଲା ସେତେବେଳେ ଏ ତଥ୍ୟ ସାମ୍ନାକୁ ଆସିଲା । ବେଳେବେଳେ ପୁଅ ନାଁ ଓ ଝିଅ ନାଁ ଏକା ଭଳି ଥାଏ । ସେମାନେ ତ୍ରୁଟିରେ ଆବେଦନ କରିଦେଇଥିବେ କିନ୍ତୁ ସେମାନଙ୍କୁ ଏଥିରୁ ବାଦ୍ ଦିଆଯାଇଛି ।