ଗିରଫ ହୋଇଥିବା ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀ ଅସୁସ୍ଥ ।ଭୁବନେଶ୍ୱର ରୁ ଦେବଗଡ ଆଣିବା ବାଟରେ ହେଲେ ଅସୁସ୍ଥ ।କୋର୍ଟ ଚାଲାଣ ପାଇଁ ଦେବଗଡ ଆଣିଲା ବେଳେ ଅସୁସ୍ଥ । ଅସୁସ୍ଥ ବିଧାୟକ ଛତାବର ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି । ସୂଚନା ଅନୁଯାୟୀ ତିଲେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ବିଧାୟକ । ଆଜି ସକାଳେ ବିଧାୟକ ସୁବାସ ପାଣି ଗ୍ରାହୀ ଙ୍କୁ ଗିରଫ କରାଯାଇଥିଲା । ବିଧାୟକ ଙ୍କୁ ଭୂବନେଶ୍ୱର କ୍ୱାଟର୍ସ ରୁ ଗିରଫ କଲା ଦେବଗଡ ପୁଲିସ । ବିଧାୟକ ଓ ତାଙ୍କୁ ୨ ସହଯୋଗୀ ଙ୍କୁ ମଧ୍ୟ ଗିରଫ କରିଥିଲା ପୁଲିସ । ତିଳେଇବଣି ବିଡିଓ ଙ୍କୁ ମାଡ ମାରିବା ଅଭିଯୋହଗରେ ଗିରଫ । ବିଧାୟକଙ୍କ ଗିରଫ ନେଇ ଦେବଗଡ ଏସଡିପିଓଙ୍କ ସୂଚନା ।