26.1 C
Bhubaneswar
Tuesday, March 18, 2025
Homeଓଡିଶାଗଜା ମଞ୍ଜି ଫିଙ୍ଗି ନୂତନ ଜଙ୍ଗଲ ସୃଷ୍ଟିର ପ୍ରୟାସରେ ଗ୍ରାମବାସୀ ଓ ସମାଜସେବୀ

ଗଜା ମଞ୍ଜି ଫିଙ୍ଗି ନୂତନ ଜଙ୍ଗଲ ସୃଷ୍ଟିର ପ୍ରୟାସରେ ଗ୍ରାମବାସୀ ଓ ସମାଜସେବୀ

ସୁବର୍ଣ୍ଣପୁର :  ସୁବର୍ଣ୍ଣପୁର ଜିଲ୍ଲାର ସଦର ର ପ୍ରତାପପୁର ଠାରେ ନୂତନ ଜଙ୍ଗଲ ସୃଷ୍ଟି ସକାଶେ ୨୦୦୦ଗଜା ମଞ୍ଜି ଫିଙ୍ଗା ଯାଇଛି ।ସୁବର୍ଣପୁର ଜିଲାର ମହିଳା ଓ ଛୋଟ ପିଲା ତଥା ଗ୍ରାମ ର ବହୁ ସମାଜସେବୀ ଏହି ମହତ କାର୍ଯ୍ୟ ରେ ଭାଗିଦାରୀ ନେଇଥିଲେ ।ଦିନକୁ ଦିନ ବ୍ୟାପକ ଜଙ୍ଗଲ କ୍ଷୟ ଓ ଜଳବାୟୁରେ ପରିଵର୍ତନ ତଥା ସମୟରେ ବର୍ଷା ନ ହେବାରୁ ସୁବର୍ଣପୁର ଜିଲାର ସମାଜସେବୀ ମନୋଜ ପଣ୍ଡା ଗତ ଗ୍ରୀଷ୍ମପ୍ରବାହ ରେ ୨୦୦୦ଜାମ୍ବୁ ମଞ୍ଜି ଶୁଖାଇ ରଖିଥିଲେ ,ଜୈବିକ ପଦ୍ଧତି ରେ ଗୋମୂତ୍ର ଓ ନିମ୍ବ ପତ୍ର ଦେଇ ତାକୁ ବିଶୋଧନ କରି ମଞ୍ଜି ଫିଙ୍ଗିବାର ୨ଦିନ ଆଗରୁ ତାକୁ ଗଜା କରି ରଖିଥିଲେ ଓ ଯେତେବେଳେ ବର୍ଷା ଋତୁ ଆସିଲା ତାକୁ ନେଇ ଗ୍ରାମର ମହିଳା ଓ ଗ୍ରାମବାସୀ ଙ୍କ ସହାୟତା ରେ ତାକୁ ଜଙ୍ଗଲ ଭିତରକୁ ଫିଙ୍ଗି ଦେଇଥିଲେ ।

ପ୍ରତାପପୁର ବନ୍ଧ ର ହିଡରେ ତାକୁ ପକେଇ ଦେଇଥିଲେ ,ମନୋଜ ଆଗରୁ ମଧ୍ୟ ପ୍ରାକୃତିକ ହିସାବରେ ବହୁତ ଗଛକୁ କିପରି ବଞ୍ଚିବ ତା ବିଷୟରେ ଫୋରେଷ୍ଟ ବିଭାଗୀୟ ଅଧିକାରୀ ଙ୍କ ସହିତ ଯୋଗାଯୋଗ କରିଥିଲେ ଓ ତାଙ୍କ ପରାମର୍ଶ ନେଇ ଏହି ଚାରା ଅତ୍ୟଧିକ ଲାଭ ପ୍ରଦ ହୋଇ ପାରିବ ବୋଲି ଜାଣି ଏ ପ୍ରକ୍ରିୟା ଆରମ୍ଭ କରିଥିଲେ ।ଏଥିରେ ଧନଞ୍ଜୟ ,ଆଶିଷ ଆଦଯୁଆଦି,ଜିତୁ ଘିବିଲା ,ଗୋବର୍ଦ୍ଧନ କଠ।ର ,କୁସୁଲେ ,ପୁରସ୍ତମ କଠ।ର ,ଗୌତମ ସେଠୀ ଓ ମହମାୟା ଯୁବ କ୍ଳବ ସହଯୋଗ କରିଥିଲେ ।ଆଗାମୀ ଦିନରେ ଏ ନୂତନ ଜଙ୍ଗଲ କୁ ରକ୍ଷା କରିବା ସହିତ ଯତ୍ନ ନେବା ସକାଶେ ଗ୍ରାମ ବାସୀ ଶପଥ କରିଥିଲେ ।ଶେଷରେ ସମସ୍ତ ଗ୍ରାମବାସୀଙ୍କୁ ବିସ୍କୁଟ ଓ ଛୋଟ ଛୁଆ ଙ୍କୁ ପେନ ବଣ୍ଟନ କରାଯାଇଛି ।ଏପରି ଅଭିନବ ପ୍ରୟାସ ରେ ଜଙ୍ଗଲ ସୃଷ୍ଟି କୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking