32.1 C
Bhubaneswar
Friday, October 18, 2024
Homeଦେଶ ବିଦେଶଏଥର ‘ଲାଇଭ୍ ଥ୍ରୀ-ଡ଼ି’ ରେ ଛାତ୍ରଛାତ୍ରୀ ଦେଖିପାରିବେ ଶରୀରରେ କିଭଳି ରକ୍ତ ସଞ୍ଚାଳିତ ହୁଏ ଓ...

ଏଥର ‘ଲାଇଭ୍ ଥ୍ରୀ-ଡ଼ି’ ରେ ଛାତ୍ରଛାତ୍ରୀ ଦେଖିପାରିବେ ଶରୀରରେ କିଭଳି ରକ୍ତ ସଞ୍ଚାଳିତ ହୁଏ ଓ ଶିଖିପାରିବେ ଇଂରାଜୀ

ନୂଆଦିଲ୍ଲୀ : ଏବେ ପର୍ଯ୍ୟନ୍ତ ଆମେ ବହିରୁ ପଢ଼ି ଏହା ବୁଝି ଆସୁଛେ କି, ମଣିଷ ଶରୀରେ ରକ୍ତ କିଭଳି ସଞ୍ଚାଳିତ ହୁଏ ଏବଂ କେଉଁଭଳି ହୃଦୟର ମାଧ୍ୟମରେ ଶରୀରର ବିଭିନ୍ନ ଅଂଶ ପର୍ଯ୍ୟନ୍ତ ପହଞ୍ଚିଥାଏ। କିନ୍ତୁ ଏବେ ନୂଆ ପିଢ଼ୀଙ୍କୁ ଏସବୁ ମନେ ପକେଇବାକୁ ଆଉ ଜରୁରୀ ପଡ଼ିବ ନାହିଁ। ଛାତ୍ରଛାତ୍ରୀମାନେ ଏବେ ଏହି ପ୍ରକ୍ରିୟା ଥ୍ରୀ-ଡି ଲ୍ୟାବରେ ନିଜ ଆଖିରେ ଦେଖି ପାରିବେ।

କେବଳ ସେତିକି ନୁହେଁ ଏହା ସହିତ ଏହା ବି ଦେଖିପାରିବେ କି ହାର୍ଟ ଆଟାକ୍ ପରେ ହୃଦୟର ଭୂମିକାରେ କେଉଁ ପ୍ରକାର ପରିବର୍ତ୍ତନ ଆସିଥାଏ ଏବଂ ଡାକ୍ତର ତାକୁ କେମିତି ବଞ୍ଚାଇଥାନ୍ତି। ଏହି ପ୍ରକାର ଘଟଣା ହେଉ ଅବା ପରିବର୍ତ୍ତନ ଛାତ୍ରଛାତ୍ରୀମାନେ ଥ୍ରୀ-ଡ଼ି ଟେକ୍ନୋଲୋଜିରେ ଏହି ପରିବର୍ତ୍ତନକୁ ଏହିଭଳି ଭାବରେ ଅନୁଭବ କରିପାରିବେ। ଯେମିତିକି ଏହି ଘଟଣା ସେମାନଙ୍କ ଆଖପାଖରେ ଘଟୁଛି ସହିଭଳି ସେମାନେ ଅନୁଭବ କରିବେ। ବିଣେଷଜ୍ଞଙ୍କ କହିବାନୁସାରେ, ଏହି ଟେକ୍ନୋଲୋଜି ଏବେ ସାରା ଦେଶରେ ଏଜୁକେସନ ସିଷ୍ଟମକୁ ବଦଳାଇ ଦେବ।

ଥ୍ରୀ-ଡି ଟେକ୍ନୋଲୋଜିରୁ ଏହି ବିଶେଷ ଲ୍ୟାବକୁ ତିଆରି କରିଥିବା କମ୍ପାନି ଗ୍ଲୋବସର ଜଣେ ଅଧିକାରୀ ଅଭିଷେକ ସିଂହଙ୍କ କହିବାନୁସାରେ, ଏହି ଟେକ୍ନୋଲୋଜି ଦ୍ବାରା ଛାତ୍ରଛାତ୍ରୀମାନେ ବିଭିନ୍ନ ଜିନିଷକୁ ବହୁତ ଭଲ ଭାବେ ବୁଝିପାରିବେ ଓ ଜାଣିପାରିବେ।

କେବଳ ସେତିକି ନୁହେଁ ଏହି ନୂଆ ଟେକ୍ନୋଲୋଜି ପିଲାମାନଙ୍କୁ ଏ ବି ସିଠାରୁ ନେଇ ବିଶ୍ବବିଦ୍ୟାଳୟ ସ୍ତର ପର୍ଯ୍ୟନ୍ତ ଇଂରାଜୀ ମଧ୍ୟ ଶିଖାଇବାରେ ସାହାଯ୍ୟ କରିବ। ଟେକ୍ନୋଲୋଜି ମାଧ୍ୟମରେ ପିଲାମାନେ ପୁରା ଶୁଦ୍ଧ ଉଚ୍ଚାରଣ କରିବା ଶିଖିପାରିବେ। ଟେକ୍ନୋଲୋଜି ମାଧ୍ୟମରେ ଆପଣ ନିଜେ ନିଜର ପରୀକ୍ଷା କରିପାରିବେ କି ଆପଣଙ୍କର ଇଂରାଜୀ ସ୍ତର କେତେ।

ଏହି ଖାସ୍ ଟେକ୍ନୋଲୋଜି ମାଧ୍ୟମରେ ଶିକ୍ଷକମାନେ କୌଣସି ବି ସ୍ଥାନରୁ କ୍ଲାସ ନେଇପାରିବେ। ଅର୍ଥାତ୍ ପିଲାମାନେ ଯେଉଁଠି ବି ବସିକରି ଶିଖିପାରିବେ। ଗୋଟିଏ ସାମାନ୍ୟ ସ୍ମାର୍ଟଫୋନରେ ହିଁ ନା କେବଳ ସେମାନେ ଶିକ୍ଷକଙ୍କ କଥା ଶୁଣିପାରିବେ ବରଂ ସିଧା ଲାଇଭ୍ କରି ଶିକ୍ଷକଙ୍କୁ ପ୍ରଶ୍ନ ପଚାରିବା ସହି ଉତ୍ତର ମଧ୍ୟ ପାଇ ପାରିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking