17.1 C
Bhubaneswar
Monday, November 25, 2024
HomeUncategorizedଛେଳି ଓ ଗାଈ ଚରାଉଛନ୍ତି ଛାତ୍ର ଛାତ୍ରୀ

ଛେଳି ଓ ଗାଈ ଚରାଉଛନ୍ତି ଛାତ୍ର ଛାତ୍ରୀ

କେନ୍ଦୁଝର – କରୋନା ସଙ୍କ୍ରମଣ ଜନିତ ସତର୍କତା ମୂଳକ ପଦକ୍ଷେପ ସଦୃଶ ରାଜ୍ୟର ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରଖାଯାଇଛି। ଛାତ୍ରଛାତ୍ରୀ ଙ୍କୁ ଅନଲାଇନ ଶିକ୍ଷା ଦାନ ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇ ଓପେସା ତରଫରୁ ସମସ୍ତ ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏଥିପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ହେଲେ କେନ୍ଦୁଝର ଜିଲ୍ଲାର ବା°ଶପାଳ ବ୍ଲକରେ ଦେଖାଦେଇଛି ଘୋର ବ୍ୟତିକ୍ରମ । ବଣ ପାହାଡ଼ ଘେରା ଏହି ବ୍ଲକର ଅନେକ ଅଞ୍ଚଳକୁ ଅଦ୍ୟାବଧି ଫୋନ ସେବା ପହଞ୍ଚି ନଥିବାବେଳେ ଅଧିକା°ଶ ଗରିବ ବିପିଏଲ ଶ୍ରେଣୀୟ ହୋଇଥିବାରୁ ୯୦% ଅଭିଭାବକଙ୍କ ନିକଟରେ ସ୍ମାର୍ଟଫୋନ ଉପଲବ୍ଧ ନାହିଁ । ଫଳରେ ଅନଲାଇନ ଶିକ୍ଷାରୁ ବଞ୍ଚିତ ହୋଇ ଗାଇ ଛେଳି ଚରାଇବା ସହ ଖେଳା ବୁଲା ଓ ମାଛ କଙ୍କଡା ଧରି ସମୟ ଅତିବାହିତ କରୁଛନ୍ତି ଛାତ୍ରଛାତ୍ରୀ ।
ବ୍ଲକର  ସୁକୁଡ଼ଳା ରବ ଲୁଙ୍ଗାଝର ହାତିଶିଳା କାଦକଳା ସାଗପାଲି ଆଦି ଅଞ୍ଚଳରେ ମୋବାଇଲ୍ ଫୋନ୍ ନେଟୱର୍କ ନଥିବାରୁ  ଅନଲାଇନ ଶିକ୍ଷା ରୁ  ଛାତ୍ର ଛାତ୍ରୀ ମାନେ ବଞ୍ଚିତ ହେଉଛନ୍ତି
     ବ୍ଲକରେ ୧ମ ରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୨୨୦ ଗୋଟି ସ୍କୁଲ ରହିଛି ନେଟଓର୍କ ନଥିବାରୁ ଅନଲାଇନ ଶିକ୍ଷାରେ ବାଧା ଉପୁଜୁଥିବା ବାଂଶପାଳ ବିଇଓ ମଧ୍ୟ ସ୍ଵୀକାର କରିଛନ୍ତି।
– ଅନିଲ ନନ୍ଦ ଙ୍କ ରିପୋର୍ଟ
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking