32.1 C
Bhubaneswar
Saturday, September 28, 2024
Homeଅପରାଧଇନଷ୍ଟାଗ୍ରାମରେ ନକଲି ଆଇଡି ଖୋଲି ଶିକ୍ଷୟିତ୍ରୀଙ୍କ ଅଶ୍ଳୀଳ ଭିଡିଓ ପୋଷ୍ଟ କରିଥିଲା ଛାତ୍ର; ଶେଷର କ’ଣ...

ଇନଷ୍ଟାଗ୍ରାମରେ ନକଲି ଆଇଡି ଖୋଲି ଶିକ୍ଷୟିତ୍ରୀଙ୍କ ଅଶ୍ଳୀଳ ଭିଡିଓ ପୋଷ୍ଟ କରିଥିଲା ଛାତ୍ର; ଶେଷର କ’ଣ ହେଲା ପୁରା ଘଟଣା ଜାଣନ୍ତୁ….

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କାନପୁରର କାକାଦେବୀ ଅଞ୍ଚଳର ଇଞ୍ଜିନିୟର(ବିଟେକ) ଛାତ୍ର ଶିକ୍ଷୟିତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରିଥିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାରେ ପୁଲିସ ଅଭିଯୁକ୍ତ ଇଞ୍ଜିନିୟର ଛାତ୍ରକୁ ଗିରଫ କରିଛି । ଗିରଫ ପରେ ଅଭିଯୁକ୍ତ ଛାତ୍ର ଜଣକ ପୁଲିସ ସମ୍ମୁଖରେ ନିଜର ଦୋଷକୁ ସ୍ୱୀକାର କରିଥିଲା । ଆଉ କହିଥିଲା, ‘ମୋତେ ଉକ୍ତ ଶିକ୍ଷୟିତ୍ରୀ ଆଦୌ ପସନ୍ଦ ନୁହନ୍ତି । ସେ ମୋତେ ଗାଳି କରନ୍ତି । ମୁଁ ଏହି ଗାଳିର ପ୍ରତିଶୋଧ ନେବା ପାଇଁ ତାଙ୍କର ଫଟୋକୁ ବ୍ୟବହାର କରି ଅଶ୍ଳୀଳ ଭିଡିଓ ପ୍ରସ୍ତୁତି କରିଥିଲି । ଏହାପରେ ଇନଷ୍ଟାଗ୍ରାମରେ ଅପଲୋଡ କରିଥିଲି । ଦେଖୁ ଦେଖୁ ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା ।

ପୁଲିସ ସୂତ୍ରରୁ ପ୍ରକାଶ,ନିଜ ଅଶ୍ଳୀଳ ଭିଡିଓ ଭାଇରାଲ ହେବାର ଖବର ଶିକ୍ଷୟିତ୍ରୀଙ୍କ ପାଖରେ ପହଞ୍ଚିବା ପରେ ସେ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ । ଏହାପରେ ତଦନ୍ତ ଆରମ୍ଭ ହୋଇଥିଲା । ପ୍ରଥମେ ପୁଲିସ ଇନଷ୍ଟାଗ୍ରାମର ଆଇପି ଆଡ୍ରେସ ଖୋଜିଥିଲା । ଏହାପରେ ଏହି ନକଲି ଆକାଉଣ୍ଟ ଜାଜମଉରେ ରହୁଥିବା ନମନ ନାମକ ବାଳକ ନାମରେ ଥିବା ଜଣାପଡ଼ିଥିଲା । ନମନ ଇଞ୍ଜିନିୟର ଛାତ୍ର ଥିବା ବେଳେ ସେ ଶିକ୍ଷୟିତ୍ରୀଙ୍କ ପୂର୍ବତନ ଛାତ୍ର ବୋଲି ଯାଞ୍ଚରୁ ଜଣାପଡ଼ିଥିଲା । ତେବେ ନକଲି ଇନଷ୍ଟାଗ୍ରାମ ଆଇଡି ସହିତ ଶିକ୍ଷୟିତ୍ରୀଙ୍କ ଅଶ୍ଳୀଳ ଭିଡିଓ ଡିଲିଟ କରିବା ପାଇଁ ଏକ ଚିଠି ହୋଇଛି । ଯଥାଶୀଘ୍ର ଏହି ଘଟଣାର ସମାଧାନ ହୋଇଯିବ ବୋଲି ଶିକ୍ଷୟିତ୍ରୀଙ୍କୁ ପ୍ରତିଶ୍ରୃତି ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking