19.1 C
Bhubaneswar
Tuesday, November 19, 2024
Homeବ୍ରେକୀଙ୍ଗଛାତ୍ର କଂଗ୍ରେସର ବିକ୍ଷୋଭ: ଆଇନ ଶୃଙ୍ଖଳା ପରିସ୍ଥିତି ନସୁଧୁରିଲେ ଜୋରଦାର ଆନ୍ଦୋଳନ

ଛାତ୍ର କଂଗ୍ରେସର ବିକ୍ଷୋଭ: ଆଇନ ଶୃଙ୍ଖଳା ପରିସ୍ଥିତି ନସୁଧୁରିଲେ ଜୋରଦାର ଆନ୍ଦୋଳନ

ବଲାଙ୍ଗିର : ଜିଲ୍ଲାରେ ବିପଯ୍ୟସ୍ଥ ଆଇନ ଶୃଙ୍ଖଳା ପରିସ୍ଥିତି ବିତୁଦ୍ଧରେ ଆଜି ସ୍ଥାନୀୟ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ଛାତ୍ର କଂଗ୍ରେସ ସଭପତି ଅଙ୍କିତ ସାହୁଙ୍କ ନେତୃତ୍ୱ ତଥା ଏନଏସୟୁଆଇ ର ରାଷ୍ଟ୍ରିୟ ସଂପାଦକ ରୋଶନ ଲାଲ ବିଟ୍ଟୁ ,ରାଷ୍ଟ୍ରିୟ ଆବାହକ ରାହୁଲ ରାଏ ଓ ଓଡିଶା ପ୍ରଭାରି ଆଦିତ୍ୟ ଚୌଧୁରିଙ୍କ ପ୍ରତକ୍ଷ ତତ୍ତାବଧାନରେ ରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ଏହି ବିକ୍ଷୋଭ ସଭାରେ ଜିଲ୍ଲାରେ ବିପର୍ଯ୍ୟସ୍ଥ ଆଇନ ବ୍ୟବସ୍ଥା ପାଇଁ ଖୋଦ ଜିଲ୍ଲା ପୋଲିସ ପ୍ରଶାସନ ଦାୟୀ ବୋଲି ଅଭିଯୋଗ କରାଯିବା ସହିତ ଯଥା ଶିଘ୍ର ଏହାକୁ ସୁଧାରିବା ପାଇଁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି ।
ଏହା ସହ ଜିଲ୍ଲାରେଆଇନଶୃଙ୍ଖଳା ପରିସ୍ଥିତିରେ ସୁଧାର ଆଣିବା ପାଇଁ ପୋଲିସ ବିଭାଗ ତଥା ଅଧିକାରୀଙ୍କୁ ଆହୁରି ସୁଦୃଢ କରାଯିବା ସହିତ ି ଅଭିଯୁକ୍ତମାନଙ୍କୁ ସୁରକ୍ଷା ଦେଉଥିବା ପୋଲିସ ଅଧିକାରୀମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ, ଡ୍ରଗ ନିରୀକ୍ଷକ ଏବଂ ପୋଲିସ ବିଭାଗର ଏକ ମିଳିତ ଟିମ୍ ତିଆରି କର ବେଆଇନ ମଦ ତଥା ନିଶା କାରବାରକୁ ଦମନ କରାଯାଉ । ସନ୍ଧ୍ୟାକାଳିନ ପୋଲିସ ପେଟ୍ରୋଲିଂକୁ କଡାକଡି କରିବା ସହିତ ସହରରେ ଟ୍ରାଫିକ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଜିଲ୍ଲା ଛାତ୍ର କଂଗ୍ରେସ ଦାବୀ କରିଛି ।
ତେବେ ଉପରୋକ୍ତ ଦାବି ଗୁଡିକ ଉପରେ ଯଥାଶିଘ୍ର ପଦକ୍ଷେପ ନିଆନଯାଏ ତେବେ ଛାତ୍ର କଂଗ୍ରେସ ଏ ଆନ୍ଦୋଳନକୁ ଆହୁରି ବ୍ୟାପକ କରିବ । ଏଥିରେ ଯଦି କୌଣସି ପ୍ରକାର ଧନ ଜିବନ ହାନି ହୁଏ ତେବେ ସରକାର ଏଥି ପାଇଁ ଦାୟୀ ରହିବେ ବୋଲି ଛାତ୍ର କଂଗ୍ରେସ ଚେତାଇ ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking