30.1 C
Bhubaneswar
Thursday, April 25, 2024
Homeଓଡିଶାସ୍କୁଲ ବନ୍ଦକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ବିଇଓଙ୍କ ଅଫିସ ଘେରାଓ

ସ୍କୁଲ ବନ୍ଦକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ବିଇଓଙ୍କ ଅଫିସ ଘେରାଓ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଳକ  ସଲେଇକେନା ପଞ୍ଚାୟତ ଅଧୀନସ୍ଥ ଲୋକନାଥ ପୁର ଗାଁର ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରାଯାଇ ୩ କିମି ରାସ୍ତା ନିକଟସ୍ଥ ଚନ୍ଦ୍ରଶେଖରପୁର ୟୁଜି ବିଦ୍ୟାଳୟ ସହିତ ଯୋଡା ଯିବା ନେଇ ବିବାଦ ସୃଷ୍ଟି ହୋଇଛି । ଏ ନେଇ ଶୁକ୍ରବାର ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଶିକ୍ଷା ବିଭାଗ  ଅଫିସକୁ ଘେରାଓ କରିଥିଲେ । ଅଭିଯୋଗ ଅନୁଯାଇ ସରକାରଙ୍କ  ଶିକ୍ଷା ନୀତି ରେ ୧୫ରୁ କମ ଛାତ୍ର ଥିଲେ ନିକଟସ୍ଥ ସ୍କୁଲକୁ ସାମିଲ କରାଯିବ । ଏହି କ୍ରମରେ ସଂପୃକ୍ତ ପ୍ରାଥମିକ ବିଦ୍ୟାଳୟରେ ୨୭ ଜଣ ଛାତ୍ରଛାତ୍ରୀ ରହିଥିବା ଜଣାପଡିଛି । ତେବେ ଆଗରୁ ୨୦ ପିଲାରୁ କମ ପିଲା ସଂଖ୍ୟା ଥିବା ସ୍କୁଲକୁ ବନ୍ଦ କରାଯିବା ନିୟମ ଥିବାରୁ ସ୍କୁଲର ପ୍ରଧାନଶିକ୍ଷକ ସ୍କୁଲ ବନ୍ଦ ହେବା ନେଇ ଚିଠି ଆସିଥିବା ଗାଁ ଲୋକଙ୍କୁ କହିଥିଲେ। ଏ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀ ଶିକ୍ଷା ଅଧିକାରୀ ଙ୍କ  କାର‌୍ୟଳୟ କୁ ଘେରାଓ କରିଥିଲେ । ଅଭିଭାବକ ମାନଙ୍କଙ୍କ କହିବାନୁଯାୟୀ ଶିକ୍ଷା ବ୍ୟବସ୍ଥାର ଅବହେଳା ଯୋଗୁଁ  ଆମ କୁନି କୁନି ଛୁଆ ବଣ ଜଙ୍ଗଲ ଦେଇ ତିନି କିଲୋମିଟର ଦୂରକୁ ଯାଇ ପାଠ କିପରି ପଢିବେ । ବିଲ,ପୋଖରୀ ଓ ଜଙ୍ଗଲ ମଧ୍ୟରେ ଯାଇ ପାଠ ପଢିବା ପିଲାଙ୍କ ପାଇଁ ସମ୍ଭବ ନୁହେଁ। ତେବେ ଏ ସମ୍ପର୍କରେ ବିଇଓ କାଳନ୍ଦୀ ଚରଣ ଜେନାଙ୍କୁ ପଚାରିବାରୁ  ସେ କହିଲେ ଯେ ସରକାରଙ୍କ ଚିଠିକୁ ନେଇ ଉକ୍ତ ପ୍ରାଥମିକ  ବିଦ୍ୟାଳୟକୁ ନିକଟସ୍ଥ ଚନ୍ଦ୍ରଶେଖରପୁର ୟୁଜି ଏମି ସ୍କୁଲ ରେ  ସଲଗ୍ନ କରାଯାଇଥିଲା । ତେବେ ନୂତନ ଗାଇଡ ଲାଇନ ଅନୁସାରେ ୧୫ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଥିଲେ ତଦନ୍ତ ପରେ ସ୍କୁଲକୁ ପୁନଃ ଚାଲୁ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking