35.1 C
Bhubaneswar
Tuesday, April 23, 2024
Homeବ୍ରେକୀଙ୍ଗକଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଯାଜପୁର ପୌରପାଳିକା

କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଯାଜପୁର ପୌରପାଳିକା

ଯାଜପୁର : କୋଭିଡ ନିୟମ ଉଲଙ୍ଘନ କରି ଦୋକାନ ଖୋଲିଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଯାଜପୁର ପୌରପାଳିକା । କୋରୋନା କଟକଣାକୁ ଅଣଦେଖା କରି ଦୋକାନ ଖୋଲିଥିବା ଦୋକାନକୁ ସିଲ କରିଛି ପୌରପ୍ରଶାସନ । ଆଜି ସକାଳୁ ପୌରପାଳିକାର ଏକ ସ୍ୱତନ୍ତ୍ର ଟିମ ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । କୋଭିଡ ନିୟମକୁ ଉଲଙ୍ଘନ କରିଥିବା ଦୋକାନିଙ୍କ ଠାରୁ ଜରିମାନା ଆଦାୟ କରାଯିବା ସହିତ ଦୋକାନକୁ ସିଲ କରାଯାଇଛି । ସେହିପରି ବିରଜା କଂପ୍ଲେକ୍ସରେ ପୌରପାଳିକା ଠାରୁ ଦୋକାନ ନେଇ ଭଡା ଦେଇନଥିବା ଦୋକାନକୁ ସିଲ କରାଯାଇଥିଲା । ଆଗକୁ ଟିକସ ଖିଲାପକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି ।
ବାଇଟ୍‌:

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking