31.1 C
Bhubaneswar
Monday, June 17, 2024
Homeଓଡିଶାମାଟ୍ରିକରେ କମ ନମ୍ବର ଆସିଥିବାରୁ ଛାତ୍ର କଲେ ଆତ୍ମହତ୍ୟା

ମାଟ୍ରିକରେ କମ ନମ୍ବର ଆସିଥିବାରୁ ଛାତ୍ର କଲେ ଆତ୍ମହତ୍ୟା

ଯାଜପୁର : ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ବଡବିରୁଆ ଗାଁରେ ଘଟିଛି ଅଭବନୀୟ ଘଟଣା । ମାଟ୍ରିକ ପରୀକ୍ଷାରେ କମ୍ ମାର୍କ ଆସିଥିବାରୁ ଆତ୍ମହତ୍ୟା କଲେ ଛାତ୍ର । ସୂଚନା ଅନୁସାରେ ବଡବିରୁଆଁ ଗାଁର ବ୍ରଜବିହାରି ପଣ୍ଡାଙ୍କ ଏକ ମାତ୍ର ପୁଅ ପ୍ରଜ୍ଞାନ କୁମାର ପଣ୍ଡା ସୁକିନ୍ଦା ଜଗନ୍ନାଥ ନୋଡାଲ ହାଇସ୍କୁଲରେ ପାଠ ପଢୁଥିଲେ । ଏବଂ ଚଳିତ ବର୍ଷ ପ୍ରଜ୍ଞାନ ମାଟ୍ରିକ ପରୀକ୍ଷା ଦେଇଥିଲେ ଓ ଭଲ ନମ୍ବର ରଖିବେ ବୋଲି ଆଶା ପ୍ରକାଶ କରିଥିଲେ । କିନ୍ତୁ ଗତକାଲି ମାଟ୍ରିକ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇଥିବା ବେଳେ ପ୍ରଜ୍ଞାନ ସର୍ବମୋଟ ୩୦୭ ନମ୍ବର ରଖି ସି ଗ୍ରେଡରେ ପାସ କରିଥିଲେ । ଆଉ ଭଲ ରେଜଲ୍ଟ କରିପାରିନଥିବାରୁ ସେ ଭାଙ୍ଗି ପଡିଥିଲେ । ଯେଉଁଥିପାଇଁ ସେ ଘରେ କେହି ନଥିବା ବେଳେ ମାଆଙ୍କ ଶାଢୀକୁ ବେକରେ ଲଗାଇ ଫ୍ୟାନରେ ଝୁଲି ପଜିଥିଲେ । ତେବେ ଏନେଇ ଖବର ପାଇ ସୁକିନ୍ଦା ପୋଲିସ ଘଟଣା ସ୍ଥଳରେ ପହଂଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପାଇଁ ପଠାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking