30.1 C
Bhubaneswar
Tuesday, June 18, 2024
Homeସ୍ୱାସ୍ଥ୍ୟଓଜନ ହ୍ରାସ ପାଇଁ ଗ୍ରହଣ କରୁଛନ୍ତି କି ମେଡିସିନ୍ ହୋଇଯାନ୍ତୁ ସାବଧାନ

ଓଜନ ହ୍ରାସ ପାଇଁ ଗ୍ରହଣ କରୁଛନ୍ତି କି ମେଡିସିନ୍ ହୋଇଯାନ୍ତୁ ସାବଧାନ

ଭୁବନେଶ୍ୱର : ଓଜନ ବୃଦ୍ଧି ବିଶ୍ୱର ଏକ ବଡ ସମସ୍ୟା ପାଲଟିଛି । ତେଣୁ ସମସ୍ତେ ପତଳା ହେବା ପାଇଁ ମୋଟାପାରୁ ମୁକ୍ତି ଦେଉଥିବା ମେଡିସିନ୍ ଗ୍ରହଣ କରୁଛନ୍ତି । କିନ୍ତୁ ଏସବୁର ବହୁତ ଗମ୍ଭୀର ସାଇଡ୍ ଇଫେକ୍ଟ ମଧ୍ୟ ରହିଛି । ଆମେରିକାରେ ହୋଇଥିବା ଏକ ଅଧ୍ୟୟନରୁ ଏହା ସ୍ପଷ୍ଟ ହୋଇଛି । ଏହି ଅଧ୍ୟୟନରେ କୁହାଯାଇଛି କି ଦ୍ରୁତ ଗତିରେ ମୋଟାପା ହ୍ରାସ ଲାଗି ବ୍ୟବହାର କରାଯାଉଥିବା ୱିଗୋଭୀ ଓ ଓଜେମ୍ପିକ୍ ପରି ମେଡିସିନ୍ ଲଗାତର ସେବନ କରିବା ଦ୍ୱାରା ଏହାର ଗମ୍ଭୀର ଦୁଃଷ୍ପରିଣାମ ଭୋଗିବାକୁ ପଡିପାରେ । ଏଥିରେ ଆବଡୋମିନାଲ୍ ପାରାଲିସିସ୍ ପରି ରୋଗ ହେବାର ଆଶଙ୍କା ବୃଦ୍ଧି ପାଇଥାଏ । ତେବେ ଏହି ମେଡିସିନ୍ ଖାଇବା ଦ୍ୱାରା ଓଜନ ଦ୍ରୁତ ଗତିରେ ହ୍ରାସ ପାଇଥାଏ ଏହା ସତ କିନ୍ତୁ ଏହା ସହିତ କୁପୋଷଣ ଓ ଅନ୍ୟ ଜଟିଳ ରୋଗର ଆଶଙ୍କା ବଢିଯାଏ । ବହୁ ସମୟରେ ତ ଏହାର ଚିକିତ୍ସା ଲାଗି ସର୍ଜରୀ ବି କରାଇବାକୁ ପଡିଥାଏ । ତେବେ ଅଧ୍ୟୟନରୁ ଏହା ଜଣାପଡିଛି ଯେ, ଏହି ସାଇଡ୍ ଇଫେକ୍ଟ ଦେଖାଦେବାର ସମ୍ଭାବନା ବହୁତ କମ୍ । ତେବେ ଡାକ୍ତରଙ୍କ ପରାମର୍ଶକ୍ରମେ ଚିକିତ୍ସହିତ ହେବା ଆବଶ୍ୟକ ।

ଆମ ଦେଶରେ ଆଇନଗତଃ ଭାବରେ ଏହି ୨ଟି ମେଡିସିନ୍ ଉପଲବ୍ଧ ନାହିଁ । କିନ୍ତୁ ମିଳିଥିବା ରିପୋର୍ଟରୁ ଜଣାଯାଇଛି କି ଗ୍ରେ ମାର୍କେଟ୍ ମାଧ୍ୟମରେ ପ୍ରିମିୟମରେ ଏହି ମେଡିସିନ୍ ଉପଲବ୍ଧ କରାଯାଉଛି । ଡେନମାର୍କର ଏକ କମ୍ପାନୀ ନୋଭୋ ନୋରଡିସ୍କ ଡାଇବେଟିସ୍ ଲାଗି ଏକ ମେଡିସିନ୍ ଲଞ୍ଚ କରିଛନ୍ତି । ରେଭେଲସସ୍ ନାମକ ଏହି ମେଡିସିନ୍‌ରେ ଓଜେମ୍ପିକ୍‌ର କିଛି ମାତ୍ରା ରହିଛି । ଡାକ୍ତରଙ୍କ ମତ ଏହି ମେଡିସିନ୍ ଓଜନ ହ୍ରାସ ଲାଗି ବି ବ୍ୟବହାର କରାଯାଉଛି । ଏଠାରେ ସୂଚାଇ ଦିଆଯାଇପାରେ କି ପ୍ରଥମେ ସୁଗାର ମେଡିସିନ୍ ଭାବରେ ୱିଗୋଭୀ ଓ ଓଜେମ୍ପିକ୍‌ର ବ୍ୟବହାର କରାଯାଉଥିଲା । କିନ୍ତୁ ପରବର୍ତ୍ତୀ ସମୟରେ କିଛି ରିପୋର୍ଟ ସାମ୍ନାକୁ ଆସିଥିଲା କି ଏହି ମେଡିସିନ୍ ଦ୍ୱାରା ବର୍ଷକ ଭିତରେ ୧୦ରୁ ୧୫% ଓଜନ ହ୍ରାସ କରାଯାଇ ପାରୁଛି । ଏହାପରେ ଆମେରିକା ଏଫଡିଏ ମୋଟାପାରେ ପୀଡିତ ଲୋକଙ୍କ ଲାଗି ଏହାର ସୀମିତ ଉପଯୋଗକୁ ମଞ୍ଜୁରୀ ଦିଆଯାଇଥିଲା । କିଛି ଦିନ ଭିତରେ ଏହି ମେଡିସିନ୍ ଏତେ ପ୍ରସିଦ୍ଧ ହୋଇଗଲା ଯେ, ବଡ ବଡ ସେଲିବ୍ରିଟି ଯେପରିକି ଏଲନ୍ ମସ୍କ ଓ ଓପ୍ରା ୱିନଫ୍ରେ ମଧ୍ୟ ଏହାର ବ୍ୟବହାର କରୁଥିବା ଜଣାପଡିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking