29.1 C
Bhubaneswar
Tuesday, March 18, 2025
Homeଓଡିଶାହାତୀମୃତ୍ୟୁକୁ ନେଇ ହେବ ଦୃଢ କାର୍ଯ୍ୟାନୁଷ୍ଠାନ: ପ୍ରଦୀପ ଅମାତ

ହାତୀମୃତ୍ୟୁକୁ ନେଇ ହେବ ଦୃଢ କାର୍ଯ୍ୟାନୁଷ୍ଠାନ: ପ୍ରଦୀପ ଅମାତ

ଭୁବନେଶ୍ୱର: ସାରା ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି ହାତୀମୃତ୍ୟୁ ଘଟଣା । ବିଭିନ୍ନ କାରଣରୁ ଅନେକ ହାତୀ ଏବେ ପ୍ରାଣ ହରାଉଛନ୍ତି । ଯାହାକୁ ନେଇ ଏବେ ପ୍ରଶାସନର ନିଦ ଭାଙ୍ଗିଛି । ଏହି ମାମଲାକୁ ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କହିଛନ୍ତି ମନ୍ତ୍ରୀ ପ୍ରଦୀପ ଅମାତ । ଶିମିଳିପାଳ ହାତୀ ମୃତ୍ୟୁକୁ ନେଇ ପ୍ରଦୀପ ଅମାତ ଏମିତି ଏକ ସୂଚନା ଦେଇଛନ୍ତି ।

ଏବେ ହାତୀମୃତ୍ୟୁର କୌଣସି ଖବର ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏବେ ଶିମିଳିପାଳ ଅଭୟାରଣ୍ୟରେ ହାତୀ ମୃତ୍ୟୁ ଘଟଣାର ତଦନ୍ତ ପ୍ରକ୍ରିୟା ଚାଲୁ ରହିଛି । ଯାହାକୁ ନେଇ ଆଗକୁ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜାଣିବାକୁ ମିଳିଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ଲୋକମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ପ୍ରଦୀପ ଅମାତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking