ସମ୍ବଲପୁର: ସମ୍ବଲପୁରରେ ଓକିଲ ଅନ୍ଦୋଳନ ଏବେ ଜୋର ଧରିଛି । ଏହି ଆନ୍ଦୋଳନକୁ ପ୍ରତିହତ କରିବା ପାଇଁ ଚେଷ୍ଟା କରିଥିବା ବେଳେ ପୋଲିସ ଏବଂ ଓକିଲଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ମାମଲା ଏବେ ଆହୁରି ବିଗିଡି ଯାଇଛି । ଏସପି ଏହି ଘଟଣାକୁ ନିନ୍ଦା କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଚେତାବନୀ ଦେଇଛନ୍ତି ।
ସମ୍ବଲପୁରରେ ଏମିତି ଏକ ଅଭାବନୀୟ ଘଟଣାକୁ ନେଇ ମାମଲା ରୁଜୁ କରାଯାଇଛି । ତେବେ ଏଥିରେ ସାମିଲ ଥିବା ଆନ୍ଦୋଳନକାରୀମାନଙ୍କୁ ଚିହ୍ହନଟ କରି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଜିଲ୍ଲା ଜଜଙ୍କୁ ଆସିବାକୁ ଦିଆଯାଇ ନଥିବା ସହ ଭଙ୍ଗାରୁଜା ହୋଇଥିବା ନେଇ ଏହି ଏତଲାରେ ଦର୍ଶାଯାଇଛି । ଏସବୁ ମାମଲାକୁ ତଦନ୍ତ କରାଯାଇ ଆଇନ ଅନୁସାରେ ସେମାନଙ୍କ ବିରୋଧରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଏସପି ।