19.1 C
Bhubaneswar
Sunday, December 29, 2024
Homeଓଡିଶାନିର୍ବାଚନ ପାଇଁ ରାଜଧାନୀରେ କଡାକଡି ଯାଞ୍ଚ

ନିର୍ବାଚନ ପାଇଁ ରାଜଧାନୀରେ କଡାକଡି ଯାଞ୍ଚ

ଭୁବନେଶ୍ୱର: ଆସନ୍ତା ନିର୍ବାଚନକୁ ଆଖି ଆଗରେ ରଖି ସହରରେ ଘଟୁଥିବା ବିଭିନ୍ନ ଅପରାଧକୁ ହ୍ରାସ କରିବା ନିମନ୍ତେ ଭୁବନେଶ୍ୱର-କଟକ ଦ୍ୱୈତ ନଗରୀର ପୁଲିସ କମିଶନର ତଥା ଭୁବନେଶ୍ୱର ଡିସିପିଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ଜିଲ୍ଲା ତରଫରୁ ଆଜି ସଂଧ୍ୟା ରେ ବିଭିନ୍ନ ଥାନା ଅଞ୍ଚଳର ୧୨ଟି ସ୍ଥାନରେ ନାକା ଲଗାଯାଇଅଛି । ବିଶେଷ କରି ନିର୍ବାଚନ କୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ନିର୍ବାଚନ କୁ ପ୍ରଭାବିତ ହେଉଥିବା କିଛି କାର୍ଯ୍ୟକଳାପ ନଜର ରଖିବା ପାଇଁଁ ଧ୍ୟାନ ଦିଆଯାଇଥିଲା । ବେଆଇନ ଭାବେ ନଗଦ ଟଙ୍କା କାରବାର ବା ସୁନା ଗହଣା ବା ନିର୍ବାଚନ ପ୍ରଭାବିତ କଲାଭଳି କିଛି ଗିଫ୍ଟ ଆଇଟମ ବା ସେଭଳି କିଛି କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ସନ୍ଧ୍ୟା ସମୟରେ ଯାଂଚ କରାଯାଉଅଛି । ପ୍ରତିଟି ନାକାରେ ଗାଡ଼ିକୁ ଯାଂଚ କରାଯାଇଥିଲା ବିଶେଷ କରି ଏହିସବୁ ଦିଗ ପ୍ରତି ଧ୍ୟାନ ଦେଇ ପୋଲିସ କର୍ମଚାରି ଚେକ୍ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ସଂଧ୍ୟା ସମୟରେ ଭୁବନେଶ୍ୱର ସହରାଞ୍ଚଳରେ ଥିବା ଖାରବେଳନଗର ଥାନା, ଲିଙ୍ଗରାଜ ଥାନା, ଏୟାରପୋର୍ଟ ଥାନା, ଖଣ୍ଡଗିରି ଥାନା, ଭରତପୁର ଥାନା, ଜଟଣୀ ଥାନା, ବଡଗଡ ଥାନା, ବାଲିପାଟଣା ଥାନା, ବାଲିପାଟଣା ଥାନା, ସହିଦନଗର ଥାନା, ଚନ୍ଦକା ଥାନା ଓ ନନ୍ଦନକାନନ ଥାନା ଅଞ୍ଚଳ ମାନଙ୍କରେ ସମ୍ପୃକ୍ତ ଥାନା ଆଇଆଇସି ଓ ଏସିପିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଧରପଗଡ କରାଯାଇଥିବା ବେଳେ, ଏହି ଧରପଗଡ ଅଭିଯାନରେ ପୁଲିସ ଅଧିକାରୀ ଏବଂ ଥାନା କର୍ମଚାରୀଙ୍କ ସମତେ ୨ ସେକ୍ସନ ଲେଖାଏଁ ପୁଲିସ ଫୋର୍ସ ମଧ୍ୟ ସାମିଲ ହୋଇଛନ୍ତି । ସେହିପରି ରାତ୍ରି କାଳିନ ଚେକି ଓ ବ୍ଲକି କରାଯାଉଛି ।ବିଭିନ ଥାନା ଅଞ୍ଚଳ ସମେତ ଟ୍ରାଫିକ ଥାନା ପୋଲିସ ତରଫରୁ ମଧ୍ୟ ବିଭିନ୍ନ ଛକ ଚେକି ଜାରି ରଖିଛନ୍ତି । ଏନେଇ ସମସ୍ତ ଦିଗକୁ ନଜର ରଖାଯାଉଛି । ବିଶେଷ କରି ରାତ୍ରି କାଳିନ ସମୟରେ ନାକା ଚେକ୍ ବେଳେ ଟଙ୍କା କାରବାର ,ମଦ କାରବାର ,ଅସ୍ତଶସ୍ତ୍ର କାରବାର ଓ ବେଆଇନ ସାମଗ୍ରିକ ଓ ଗିଫ୍ଟ ଆଇଟମ ଭଳି ଜିନିଷ ଆଦି କୁ ଚେକି କରାଯାଉଛି ।ଏନେଇ ସଂଦେହ ଜନକ ହେଲେ ସେସବୁ ଜବତ କରାଯାଉଛି ଓ ପରେ ଏ ନେଇ ପ୍ରମାଣ ଆଧାରରେ ଏନେଇ ତଦନ୍ତ କରାଯାଉଛି ।ନିୟମ ରହିଛି ଆଚରଣବିଧି ଲାଗୁ ସମୟରେ ନିର୍ଦିଷ୍ଟ କିଛି ନିୟମ ରହିଛି । ସେନେଇ ସନ୍ଦେହ ଜନକ କାରବାର ଆଦି ଉପରେ ନଜର ରଖାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking