30.2 C
Bhubaneswar
Friday, June 19, 2026
Homeଓଡିଶାଏଣିକି ବସ୍‌ରେ ଫ୍ୟାନ୍ସି ହର୍ଣ୍ଣ ବଜାଇଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଏଣିକି ବସ୍‌ରେ ଫ୍ୟାନ୍ସି ହର୍ଣ୍ଣ ବଜାଇଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଏଣିକି ବସ୍‌ରେ ବିକଟାଳ ହର୍ଣ୍ଣ ବଜାଇଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନେକ ଘରୋଇ ବସ୍‌ରେ ଫ୍ୟାନ୍ସି ହର୍ଣ୍ଣ ଲଗାଯାଉଛି। ଯେଉଁଥିରେ ୮ରୁ ୧୦ଟି କାହାଳିର ଛୋଟଛୋଟ ହର୍ଣ୍ଣ ରହୁଛି। ସେ ସବୁର ଶବ୍ଦ ୫୦/୬୦ଡିସିମାଇଲରୁ ଅଧିକ ରହୁଛି। ଫଳରେ ଶବ୍ଦ ପ୍ରଦ୍ୟୁଷଣ ଘଟିବା ସହ ଅନେକ ସମୟରେ ଏହି ହର୍ଣ୍ଣ ଯୋଗୁଁ ଦୁର୍ଘଟଣାମାନ ଘଟୁଛି। ତେଣୁ ଏହାକୁ ବନ୍ଦ କରିବା ଲାଗି ଶୁକ୍ରବାର ଟ୍ରାଫିକ ପୋଲିସ ପକ୍ଷରୁ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ସମସ୍ତ ଘରୋଇ ବସ୍‌ର ହର୍ଣ୍ଣ ଯାଞ୍ଚ କରାଯାଇଥିଲା। ଟ୍ରାଫିକ ଏସିପି ଜୟନ୍ତ ଡୋରା ସବୁ ବସ୍‌ର ହର୍ଣ୍ଣ ଯାଞ୍ଚ କରିବା ସହ ଫ୍ୟାନ୍ସି ହର୍ଣ୍ଣ ଲାଗିଥିବା ବସ୍ ଉପରେ ଜରିମାନା ଲାଗୁ କରିଥିଲେ। ତେବେ ଏହି ଅଭିଯାନର ପ୍ରଥମ ଦିବସରେ ପ୍ରାୟ ୪୮ଟି ବସ୍‌ରୁ ବିକଟାଳ ଶବ୍ଦ କରୁଥିବା ହର୍ଣ୍ଣ ଲାଗିଥିବାରୁ ଜରିମାନା ଆଦାୟ ହୋଇଥିଲା। ଏଣିକି ଏହି ଅଭିଯାନ ଜାରି ରହିବ ବୋଲି ଟ୍ରାଫିକ୍ ଏସିପି ଶ୍ରୀ ଡୋରା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ସାଧାରଣ ବସ୍‌ଗୁଡିକରେ ଯେଉଁ ହର୍ଣ୍ଣ ଲାଗିଥାଏ ତାହାର ସାଉଣ୍ଡ ସର୍ବାଧିକ ୧୦ଡିସିମାଇଲରୁ ଅଧିକ ହେବା ଉଚିତ ନୁହେଁ। ମାତ୍ର ଅନେକ ଘରୋଇ ବସ୍‌ରେ ଏକାଧିକ ଛୋଟଛୋଟ କାହାଳି ଥିବା ଫ୍ୟାନ୍ସି ହର୍ଣ୍ଣ ବସ୍ ତଳେ ଲଗାଉଛନ୍ତି। ରାସ୍ତାରେ ଅତି ଉଚ୍ଚ ସାଉଣ୍ଡରେ ହର୍ଣ୍ଣ ବଜାଇ ଗାଡି ଚଳାଉଥିବାରୁ ଅନେକ ସମୟରେ ବନ୍ୟ ଗାଡି ଚାଳକ ଏହି ସାଉଣ୍ଡରେ ଡରିଯାଇଥାନ୍ତି ଏପରିକି ଦୁର୍ଘଟଣା ମଧ୍ୟ ଘଟିଥାଏ। ବିଶେଷକରି ଶବ୍ଦ ପ୍ରଦ୍ୟୁଷଣ ମଧ୍ୟ ହୋଇଥାଏ। ତେଣୁ ଏହି ସମସ୍ୟାକୁ ରୋକିବା ଲାଗି ଭୁବନେଶ୍ୱରରେ ଏହି ଅଭିଯାନ ଆରମ୍ଭ ହୋଇଛି। ନିୟମିତ ରାଜ୍ୟ ବହାରୁ ଆସିଥିବା ବସ୍ ଏବଂ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସୁଥିବା ବସ୍‌ଗୁଡିକର ହର୍ଣ୍ଣ ମଧ୍ୟ ଯାଞ୍ଚ କରାଯିବ। ଆଜି ଯେଉଁସବୁ ବସ୍‌ରେ ଫ୍ୟାନ୍ସି ହର୍ଣ୍ଣ ଲାଗିଥିଲା ସମ୍ପୃକ୍ତ ବସ୍ ଠାରୁ ଜରିମାନା ଆଦାୟ ହେବା ସହ ହର୍ଣ୍ଣ ଖୋଲାଯାଇଛି ବୋଲି ସେ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking