25.1 C
Bhubaneswar
Tuesday, January 7, 2025
Homeଦେଶ ବିଦେଶଚେକ୍ ବାଉନ୍ସ ହେଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ

ଚେକ୍ ବାଉନ୍ସ ହେଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଚେକ୍ ବାଉନ୍ସ ହେଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ଶିଳ୍ପ ସଂସ୍ଥା ପିଏଚ୍‌ଡିସିସିଆଇ ଚେକ ବାଉନ୍ସ ମାମଲାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅର୍ଥ ମନ୍ତ୍ରଣାଳୟକୁ ପରାମର୍ଶ ଦେଇଛି । ଶିଳ୍ପ ସଂସ୍ଥା କହିଛି ଯେ, ଚେକ୍ ବାଉନ୍ସ ମାମଲାରେ ଚେକ୍ ପ୍ରଦାନକାରୀଙ୍କ ବ୍ୟାଙ୍କରୁ ଟଙ୍କା ଉଠାଣ କିଛି ଦିନ ପାଇଁ ସ୍ଥଗିତ ରଖାଯିବା ଉଚିତ । ପିଏଚ୍‌ଡିସିସିଆଇ କହିଛି ଯେ ସରକାର ଏଭଳି ଏକ ଆଇନ ଆଣିବା ଉଚିତ, ଯାହା ଅଧୀନରେ ଚେକ୍ ପ୍ରଦାନ ନକରିବାର ୯୦ଦିନ ମଧ୍ୟରେ ଦୁଇ ପକ୍ଷ ମଧ୍ୟରେ ମଧ୍ୟସ୍ଥତା ମାଧ୍ୟମରେ ଏହି ସମସ୍ୟାର ସମାଧାନ ହେବା ଉଚିତ୍ । ଆର୍ôଥକ ସେବା ବିଭାଗର ସଚିବ ସଞ୍ଜୟ ମଲହୋତ୍ରାଙ୍କୁ ଚିଠିରେ ପିଏଚଡି ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ପିଏଚ୍‌ଡିସିସିଆଇ) କହିଛି ଯେ ଶିଳ୍ପ ଚେକ ବାଉନ୍ସ ପ୍ରସଙ୍ଗ ଉଠାଇଛି । ପିଏଚ୍‌ଡିସିସିଆଇ ର ସାଧାରଣ ସମ୍ପାଦକ ସୌରଭ ସାନିଆଲ କହିଛନ୍ତି, “ଭାରତ ସରକାର ଅର୍ଥନୀତିକୁ ବୃଦ୍ଧି କରିବା ପାଇଁ ବ୍ୟବସାୟ କରିବା ସହଜତା ଉପରେ ଧ୍ୟାନ ଦେଉଥିବାରୁ ଚେକ୍ ବାଉନ୍ସ ସହ ଜଡିତ ପ୍ରସଙ୍ଗଗୁଡିକ ଉପରେ ବିଚାର କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା କ୍ରେତା ଏବଂ ବିକ୍ରେତା ମଧ୍ୟରେ ଅବିଶ୍ୱାସ ସୃଷ୍ଟି କରେ । ଶିଳ୍ପ ସଂସ୍ଥା ଏହା ମଧ୍ୟ ପରାମର୍ଶ ଦେଇଛି ଯେ ଚେକ୍ ପ୍ରଦାନକାରୀଙ୍କ ଆକାଉଣ୍ଟରୁ ଅନ୍ୟ କୌଣସି ଦେୟ ଦେବା ପୂର୍ବରୁ ବ୍ୟାଙ୍କ ବ୍ୟାଙ୍କିଂ ସିଷ୍ଟମ ମଧ୍ୟରେ ବାଉନ୍ସ ହୋଇଥିବା ଚେକ୍ କ୍ଳିଅର କରିବା ଉଚିତ୍ । ସେ କହିଛନ୍ତି ଯେ ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ପାଇଁ ଚେକ୍ ବାଉନ୍ସ ମାମଲା ମହଙ୍ଗା ପଡିଛି କାରଣ ଓକିଲମାନେ ଏଥିପାଇଁ ଅଧିକ ଫି ଆଦାୟ କରନ୍ତି । ପରିସଂଖ୍ୟାନ ଅନୁଯାୟୀ, ବର୍ତ୍ତମାନ ୩୩ ଲକ୍ଷରୁ ଅଧିକ ଚେକ୍ ବାଉନ୍ସ ମାମଲା ଆଇନଗତ ଯୁଦ୍ଧରେ ଅଟକି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking